କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଏମସ ପରିଦର୍ଶନ

download
ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ଵର ଏମସ ପରିଦର୍ଶନ କରିଛନ୍ତି । ପୂର୍ବାହ୍ନ ପ୍ରାୟ ୯.୪୫ ମିନିଟରେ ମନ୍ତ୍ରୀ ଶ୍ରୀ ଓରାମ ଭୁବନେଶ୍ଵର ଏମସରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିର୍ଦ୍ଦେଶକ ପ୍ରଫେସର ଡ.ଅଶୋକ କୁମାର ମହାପାତ୍ରଙ୍କ ଶ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରଫେସରମାନେ ତାଙ୍କୁ ସ୍ଵାଗତ କରି ଏମସ ପରିସର ବୁଲି ଦେଖାଇଥିଲେ । ମନ୍ତ୍ରୀ ଶ୍ରୀ ଓରାମ ପ୍ରଥମେ ଏମସରେ ଏମବିବିଏସ ଇ ନର୍ସିଙ୍ଗ ଛାତ୍ରଛାତ୍ରୀଙ୍କ ପାଠପଢା ବୁଲିଦେଖିଥିଲେ । ଏହାପରେ ସେ ଓପିଡି ବୁଲିବା ସହ ଏଥରେ ଥିବା ୧୫୦ ରୋଗୀଶଯ୍ୟା ବୁଲି ଦେଖିଥିଲେ । ଏହିପରିଦର୍ଶନ କାଳରେ ଏମସର ଡେପୁଟି ଡାଇରେକ୍ଟର ଡାକ୍ତର ବିବି ମିଶ୍ର,ସୁପରିଟେଣ୍ଡେଣ୍ଟ ବ୍ରିଗେଡିୟର ଏ. କେ ମହାନ୍ତି ଓ ଆଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡି. କେ ପରିଡାଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!