ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

IMG_1958ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାରମନ୍ତ୍ରୀ ରାମବିଳାସ ପାସୱାନ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଖାଦ୍ୟ ନିରାପତ୍ତା ଆଇନର କାର୍ଯ୍ୟକାରିତାର ରାଜ୍ୟରେ ଅନେକ ଅସଙ୍ଗତି ଦେଖାଦେଉଛି,ଯାହାଫଳରେ ଏହାର ସୁଫଳ ଠିକ ଭାବରେ ପହଞ୍ଚିବାରେ ଅସୁବିଧା ଦେଖାଦେଉଛି । ଏହି ଅସଙ୍ଗତି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ନିମନ୍ତେ କେନ୍ଦ୍ର ତ୍ଵରିତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ଅନୁରୋଧ କରିଛନ୍ତି । ଏହାସହିତ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରାବାସର ଅନ୍ତେବାସୀମାନଙ୍କୁ ରିହାତି ମୂଲ୍ୟରେ ଚାଉଳ ଯୋଗାଣ ପାଇଁ ଦାବି କରିଛନ୍ତି । ରାଜ୍ୟରେ ସଂଗୃହୀତ ବଳକା ଚାଉଳ ଏଫସିଆଇ ମାଧ୍ୟମରେ ନେବାରେ ବିଳମ୍ବ କାରଣରୁ ଅନେକ ଅସୁବିଧା ପରିଲକ୍ଷିତ ହେଉଛି । ଅଧିକ କେନ୍ଦ୍ରୀୟ ପଣ୍ୟାଗାର ନିର୍ମାଣ ଉପରେ ମନ୍ତ୍ରୀ ଶ୍ରୀ ଦାସବର୍ମା ଗୁରୁତ୍ଵ ଆରୋପ କରିଥିଲେ । ଯାହାଫଳରେ ଅଧିକ ଚାଉଳ ମହଜୁଦ ରଖାଯାଇପାରିବ । ଏହି ସବୁ ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାସବର୍ମା କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଶ୍ରୀ ପାସୱାନ ଏହାକୁ ଗୁରୁତ୍ଵ ସହ ବିଚାର କରିବା ସହ ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମ ରେ ଏହାର ସମାଧାନର ମାର୍ଗ ନିର୍ଣ୍ଣୟ କରିବାକୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ କେନ୍ଦ୍ର ଖାଦ୍ୟ ସଚିବ ଓ ଖାଉଟି ବ୍ୟାପାର ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଦାସବର୍ମା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଓଡିଶାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପ୍ରତି ବ୍ଲକରେ ରନ୍ଧନ ଗ୍ୟାସ ଏନେନ୍ସି ଖୋଲିବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ମଧୁସୂଦନ ପାଢି ଓ କେନ୍ଦ୍ର ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନ ଏହିସବୁ ପ୍ରସ୍ତାବକୁ ସହୃଦୟତାର ସହ ବିଚାର କରି ରାଜ୍ୟସରକାରଙ୍କ ପକ୍ଷରୁ ଉଭୟ ଦାବୀକୁ ସକାରାତ୍ମକ ଦୃଷ୍ଟିଭଙ୍ଗୀ ସହ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Share in top social networks!