ଆଜିଠାରୁ ମେଡିକାଲ କାଉନସେଲିଂ

MAP-10
ଚଳିତବର୍ଷ ଠାରୁ ଓ-ଜେଇଇ ମେଡିକାଲ କାଉନସେଲିଂ କରିବନି । ଡିଏମଇଟି କାଉନସେଲିଂ କରିବ । ଏଆଇପିଏମଟି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ କାଉନସେଲିଂ ପ୍ରକ୍ରିୟାରେ ବିଏଚଜି ନେବେ । ଜୁନ ୨୪ଓ ୨୫ ରେ ଅନଲାଇନ ରେଜିଷ୍ଟ୍ରେସନ କରିବା ସହିତ ଚଏସ ଫିଲିଂ ହେବ । ଏହାପରେ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ଡକୁମେଣ୍ଟ ଯାଞ୍ଚ ଓ ଚଏସ ଲକିଂ ହେବ । କଟକର ଏସସିବି ମେଡିକାଲ କଲେଜ ଓ ଭୁବନେଶ୍ଵରସ୍ଥ ଇଣ୍ଡିଆନ ମେଡିକାଲ ଆସୋସିଏସନରେ ଡକୁମେଣ୍ଟ ଯାଞ୍ଚ ହେବ । ଏହାପରେ ୨୯ତାରିଖରେ ସିଟ ଆଲଟମେଣ୍ଟ ହେବ । ଏହି ସମୟରେ ଚାତ୍ରଛାତ୍ରୀ ମାନେ ୧ହଜାର ଟଙ୍କାର ଡ୍ରାଫ୍ଟ ନେଇ ଯିବାକୁ ହେବ । ଜୁଲାଇ ୩ତ୍ରିଖ ସୁଦ୍ଧା ଛାତ୍ରଛାତ୍ରୀ ମାନେ ସେମନଙ୍କୁ ମିଳିଥିବା କଲେଜରେ ରିପୋର୍ଟିଂ କରିବେ ବୋଲିଜଣାପଡିଛି । ରାଜ୍ୟ କୋଟାରେ ଥିବା ୮୫%ସିଟ ପାଇଁ କାଉନସେଲିଂ ହେବ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ରେ ୬୮୧ଟି ସିଟ ପାଇଁ ଆଲଟମେଣ୍ଟ ହେବ ।

Share in top social networks!