ଡାକ୍ତରଙ୍କ ଅବସର ବୟସ ୬୨ ହେଲା

51002
ରାଜ୍ୟର ଡାକ୍ତର ସଙ୍କଟ ସ୍ଥିତିରୁ ମୁକାଳିବା ପାଇଁ ସରକାର ଆଜି ଡାକ୍ତରମାନଙ୍କ ବୟସସୀମାକୁ ବଢାଇ ଦେଇଛନ୍ତି । ଏଣିକି ୬୦ବଦଳରେ ୬୨ବର୍ଷ ବୟସରେ ଡାକ୍ତରମାନେ ଅବସର ନେବେ ଉଭୟଗ୍ରାମାଞ୍ଚଳ ଓ ସହରାଞ୍ଚଳ କାର୍ଯ୍ୟରତ ପେରିଫେରି କ୍ୟାଡର ଡାକ୍ତରମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଆଜି ସନ୍ଧ୍ୟାରେ ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏ ସଂପର୍କରେ ବିଧାନସଭରେ ଘୋଷଣା କରିଥିଲେ । ସରକରୀ ରେକର୍ଡ ମୁତାବକ ରାଜ୍ୟରେ ଏବେ ରହିଛି ୧୯୪୪ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର । ସବୁଠି ମିଶି ପାଖାପାଖି ୧୭ହଜାର ବେଡ । ୨୦୧୨-୧୩ ବର୍ଷର ଇକୋନୋମିକ ସର୍ଭେ ରିପୋର୍ଟ ଅନୁସାରେ ସ୍ଥିତି ବେଶ୍ ସଙ୍ଗିନ । ଓଡିଶରେ ଏବେ ପ୍ରତି ୧ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୮ଜଣ ଡାକ୍ତର । ତେଣୁ ଆଜି ପେରିଫେରି ଡାକ୍ତରଙ୍କ ଅବସର ବୟସସୀମା ବଢାଇଦିଆଯାଇଛି ।

Share in top social networks!