ପୁରୀରୁ ଭୁବନେଶ୍ଵର ଗଡିଲା ଏସି ସିଟି ବସ୍

51031ବହୁ ପ୍ରତିକ୍ଷିତ ଡ୍ରିମଟିମ୍ ସାହାରା ଗୃପ୍ ପକ୍ଷରୁ ଆଜିଠୁ ଶ୍ରୀକ୍ଷେତ୍ରରୁ ଏକାମ୍ରକ୍ଷେତ୍ର ପର୍ଯ୍ୟନ୍ତ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌରସଦନ ଠାରେ ପତାକା ଦେଖାଇ ଏହି ବସ୍ ଚଳାଚଳକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଡ଼ିଟିଏସ ସଂସ୍ଥାର ସିଇଓ ସୁଧାଂଶୁ ଜେନା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୁରୀରୁ ଆଜି ୪ଟି ବସ୍ କୁ ଉଦ୍ଘାଟନ କରଯାଇଥିଲା । ଏହି ବସ୍ ରେ ଶ୍ରୀକ୍ଷେତ୍ରରୁ ଏକାମ୍ରକ୍ଷେତ୍ର ଯିବା ପାଇଁ ଟିକେଟର ଦର ଧାର୍ଯ୍ୟ କରାଯାଇଛି । ଜଣେ ଯାତ୍ରୀ ପୁରୀରୁ ଭୁବନେଶ୍ଵରକୁ ଯିବାକୁ ହେଲେ ୧୦୦ ଟଙ୍କା ଦେଇ ଏସି ବସ୍ ରେ ଯାତାୟାତ କରିପାରିବେ । ସେହିପରି ଯଦି ଦୁଇଜଣ ଯାତ୍ରୀ ଏକତ୍ରିତ ହୋଇ ଏସି ବସ୍ ରେ ଯାଆନ୍ତି ସେମନଙ୍କୁ ଜଣ ପିଛା ୮୦ ଟଙ୍କା ଦେବାକୁ ପଡିବ । ସକାଳ ୭ ଟାରୁ ଏହି ଏସି ବସ୍ ସେବା ଆରମ୍ଭ କରାଯାଇ ସନ୍ଧ୍ୟା ୭ଟା ରେ ବନ୍ଦ ହେବ ବୋଲି ଜଣାପଡିଛି ।

Share in top social networks!