ସିଟି ଓ ବିଇଡି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ !

Odishan-MAP-9ରବିବାର ବିଜେପୁର ବାଳିକା ହାଇସ୍କୁଲରେ ଅନୁଷ୍ଠିତ ବିଇଡି ଓ ସିଟି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଭିଭାବକ ଓ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଘଟଣାକୁ ବିଭାଗୀୟ କର୍ତ୍ତୃପକ୍ଷ ଚପାଇବାକୁ ଉଦ୍ୟମ କରୁଥିବା ଆଲୋଚନା ହେଉଛି । ଅପରପକ୍ଷେ ବାଳିକା ହାଇସ୍କୁଲରେ ନିଯୁକ୍ତ ପର୍ଯ୍ୟବେକ୍ଷକ ଅଶୋକ ପ୍ରଧାନ ଲିକ୍ ପ୍ରଶ୍ନପତ୍ରର ଉତ୍ତର କପିକୁ ଜବତ କରିଥିବା ଜଣାପଡିଛି । ଏହି କାରବାର ପଛରେ ଦୁଇଜଣ ପରିକ୍ଷକ ସମ୍ପୃକ୍ତ ଥିବା ଏବଂ ଉଭୟ ପ୍ରବେଶିକା ପରୀକ୍ଷାର ଏକ ସେଟ ପ୍ରଶ୍ନପତ୍ର ପରୀକ୍ଷା ସମୟ ପୂର୍ବରୁ ଲିକ୍ ହୋଇଥିବା ଜଣାପଡିଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କଠାରୁ ବହୁ ଅର୍ଥ ନେଇ ପ୍ରଶ୍ନପତ୍ର ପ୍ରଘଟ କାରବାର ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

Share in top social networks!