କଳିଙ୍ଗନଗର ଦେଶରେ ଇସ୍ପାତ ରାଜଧାନୀ ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ କାଲି ଦିନିକିଆ ଯାଜପୁର ଗ୍ରସ୍ତ ରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ମୁଖ୍ୟମନ୍ତ୍ରୀ ଯାଜପୁର ମୁଖ୍ୟ ଚିକିସ୍ଚାଳୟ ପରିସରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଭିତିରିପ୍ରସ୍ତର ସ୍ଥାପନ କରିବା ସହିତ ବିରଜା ମାର୍କେଟ କମ୍ପ୍ଲେକ୍ସ ଓ ବିରଜା ରିଂରୋଡ୍ ର ଶିଳାନ୍ୟାସ ମଧ୍ୟ କରିଥିଲେ |
tn_16-12-2012=2
ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ର ବଡ଼ବିଲ ଓ ଗୌରବମୟ ଇତିହାସ ଉପରେ ଆଲୋକ ପାତ କରିବା ସହିତ ବିକାଶ ପାଇଁ ସମ୍ଭାବନା ର ଉପଯୋଗ ଉପରେ ଗୁରୁତ୍ଵ ଆରୋପ କରିଥିଲେ | କଳିଙ୍ଗନଗର ଦେଶରେ ଇସ୍ପାତ ରାଜଧାନୀ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସଙ୍କ ସମେତ ଜିଲ୍ଲାର ସାଂସଦ ଓ ବିଧାୟକ ବୃନ୍ଦ ଉପସ୍ଥିତ ଥିଲେ |

Share in top social networks!