ଖାଲିଥିବା ସ୍ଵାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି

51002ଯେଉଁସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଆଦୌ ଡାକ୍ତରନାହାନ୍ତି ସେଠାରେ ତୁରନ୍ତ ଆୟୁଷ ଡାକ୍ତର ନିଯୁକ୍ତି ଦିଆଯିବ । ସରକାର ଏନେଇ ପ୍ରୟାସ ଆରମ୍ଭ କରିଛନ୍ତି । କେବଳ ସେତିକି ନୁହେଁ,ଅନୁନ୍ନତ ଅଞ୍ଚଳ ପ୍ରତି ଡାକ୍ତରଙ୍କୁ ଆକ୍ରୁଷ୍ଟ କରିବା ଲାଗି ସରକାର ପୁଣି ଥରେ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ ବିଚାର କରୁଛନ୍ତି । ରାଜ୍ୟର ଡାକ୍ତର ଅଭାବ ସଂପର୍କିତ ଏକ ପ୍ରଶ୍ନ ଉପରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏଭଳି ମତ ପ୍ରକାଶ କରିଛନ୍ତି । ଡାକ୍ତରଅଭାବ ସଂପର୍କରେ ମନ୍ତ୍ରୀ କହିଥିଲେ ଯେ ଖୁବ ଶୀଘ୍ର ୩୨୬ ପିଜି ଡାକ୍ତର ନିଯୁକ୍ତି ଦିଆଯିବ । ଯେଉଁ ଅଞ୍ଚଳରେ ସ୍ଵାସ୍ଥ୍ୟସେବା ବେହାଲ ହୋଇଯାଇଛି,ସେ ଅଞ୍ଚଳକୁ ଗୁରୁତ୍ଵ ଦିଆଯିବ । ମାତ୍ର ଡାକ୍ତର ନଥିବା ସ୍ଵାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ନିଯୁକ୍ତି ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

Share in top social networks!