ଗଡିବ ଭୁବନେଶ୍ଵର-ନୂଆଦିଲ୍ଲୀ ପ୍ରିମିୟମ ସ୍ଵତନ୍ତ୍ର ଟ୍ରେନ୍

50959
ଜୁଲାଇ ୬ତାରିଖରୁ ଭୁବନେଶ୍ଵର –ନୂଆଦିଲ୍ଲୀ ମଧ୍ୟରେ ଏକ ପ୍ରିମିୟମ ସ୍ଵତନ୍ତ୍ର ଟ୍ରେନ ଅଗଷ୍ଟ ୩୧ଯାଏଁ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ସୂଚନା ମିଳିଛି । ପୂର୍ବତଟ ରେଳପଥ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ ଏହି ସୁପରଫାଷ୍ଟ ୦୦୮୫୧ ଟ୍ରେନଟି ଭୁବନେଶ୍ଵରରୁ ପ୍ରତି ରବିବାର ସକାଳ ୮.୧୦ରୁ ଛାଡି ସୋମବାର ସକଳ ୮.୪୫ ରେ ଦିଲ୍ଲୀରେ ପହଞ୍ଚିବ । ସେହିପରି ଫେରିବା ପଥରେ ୦୦୮୧୬ ନୂଆଦିଲ୍ଲୀ ଭୁବନେଶ୍ଵର ପ୍ରିମିୟମ ସାପ୍ତାହିକ ସ୍ଵତନ୍ତ୍ର ଟ୍ରେନ ଜୁଲାଇ ୭ତାରିଖରୁ ସେପ୍ଟେମ୍ବର ମାସ ପହିଲା ମଧ୍ୟରେ ନୂଆଦିଲ୍ଲୀରୁ ପ୍ରତି ସୋମବାର ଅପରାହ୍ନ ୧ଟାରୁ ଛାଡି ଭୁବନେଶ୍ଵର ରେ ମଙ୍ଗଳବର ଦିନ ପୂର୍ବାହ୍ନ ୧୧.୦୫ ରେ ପହଞ୍ଚିବ । ଏହି ଟ୍ରେନଟିରେ ବହୁତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

Share in top social networks!