୨୧ଜୁନରେ ବିଧାନ ସଭା ସମ୍ମୁଖରେ ବିଶାଳ ଗଣ ଧାରଣା

sjssm-1ଶ୍ରୀଜଗନ୍ନାଥ,ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ପୂଜ୍ୟ ଶ୍ରୀଶ୍ରୀ ଗଜପତି ମହାରାଜଙ୍କ ମର୍ଯ୍ୟାଦାର ସଂରକ୍ଷଣ ତଥା ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କର ପୂଜାବିଧିର ଶାସ୍ତ୍ରୀୟ ବ୍ୟବସ୍ଥାର ସୁରକ୍ଷା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତିରେ ରୌହିତ ପ୍ରସ୍ତାବ ଯଥା, “ରଥରେ ଚଢି ଶ୍ରୀବିଗ୍ରହଙ୍କର ଦର୍ଶନ ଓ ସ୍ପର୍ଶ ନିଷେଧ” ପାଇଁ ଶ୍ରୀଶଙ୍କରାଚାର୍ଯ୍ୟ ଦେଇଥିବା ନିଷ୍ପତ୍ତିକୁ ସରକାର ତୁରନ୍ତ ମାନିନେବା ଦାବିରେ ଆସନ୍ତା ୨୧ଜୁନ୨୦୧୪ ଶନିବାର ଦିବା ୧୦ଘଟିକା ସମୟରେ ବିଧାନସଭା ସମ୍ମୁଖରେ ଏକ ବିରାଟ ଗ୍ନଧାରଣା ଅନୁଷ୍ଠିତ ହେବ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷାମଞ୍ଚ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ରାଜ୍ୟ ଆବାହକ ବିଶିଷ୍ଟ ଶିକ୍ଷାବିତ୍ ତଥା ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ଡା.ପ୍ରଫୁଲ୍ଲ କୁମାର ରଥ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡା.ରଥ କହିଲେ ଯେ,ରଥାରୂଢ ଶ୍ରୀଜଗନ୍ନାଥଙ୍କ ରଥରେ ଚଢି ଦର୍ଶନ ତଥା ସ୍ପର୍ଶ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁଦିନ ଯେଭଳି ଭାବେ ଉଗ୍ରରୂପ ଧାରଣ କରୁଛି ତାହା ଓଡିଶାର ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତସମାଜକୁ ଅତ୍ୟନ୍ତ ବ୍ୟଥିତ ତଥା ମର୍ମାହତ କରିଅଛି । ପୁରୀ ଗୋବର୍ଦ୍ଧନ ପିଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ରକ୍ଷକ ଏବଂ ଠାକୁର ରାଜା ଶ୍ରୀଶ୍ରୀ ଗଜପତି ମହାରାଜ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କରଆଦ୍ୟ ସେବକ ଭାବେ ପୁଜ୍ଜିତ ଓ ସମ୍ମାନିତ । ଏମାନଙ୍କର ଅପମାନ କେବଳ ଓଡିଶାବାସୀଙ୍କ ନୁହେଁ ବରଂ ସମଗ୍ର ହିନ୍ଦୁ ସମାଜକୁ ବ୍ୟଥା ଦେଇଛି । ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ କୋଟିକୋଟି ହିନ୍ଦୁଙ୍କ ଅସ୍ଥାର ଆରାଧ୍ୟ ନ ନିର୍ଦ୍ଦିଷ୍ଟ ଏକ ସେବାୟତ ଗୋଷ୍ଠୀଙ୍କର ବ୍ୟବସାୟର ମାଧ୍ୟମ । ଶ୍ରୀଶ୍ରୀ ଗଜପତି ମହାରାଜଙ୍କ ଠାରୁ ଆରମ୍ଭ କରି ହିନ୍ଦୁ ଧର୍ମର ସମସ୍ତ ବର୍ଗ ତଥା ଶ୍ରୀମନ୍ଦିର ର ଅନ୍ୟସମସ୍ତ ସେବାୟତ ନିଯୋଗ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏନକେଆର ଅଧିକୃତ ସେବାୟତ ଭିନ୍ନ ଅନ୍ୟମାନଙ୍କର ରଥଚଢା ନିଷେଧ ନିଷ୍ପତ୍ତିକୁ ମନି ନେଇଥିବାବେଳେକେବଳ ଦଇତାପତି ନିଯୋଗ ଏହାକୁ ଅମାନ୍ୟ କରିବା ତଥା ଚାପର ବଶବର୍ତ୍ତୀ ହୋଇ ସରକାର ସେମାନଙ୍କ ସହ ସାଲିସ କରିବା ଅତନ୍ତ୍ୟ ଦୁର୍ଭାଗ୍ୟଜନକ । ତେଣୁ ଏହି ଗଣଧାରଣାରେ ହଜାରହଜାର ସଂଖ୍ୟାରେ ଉପସ୍ଥିତ ରହି ଏହାକୁ ସଫଳ କରିବା ପାଇଁ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ମଞ୍ଚ ତରଫରୁ ସମସ୍ତଙ୍କୁ ନିବେଦନ କରାଯାଇଛି ।

Share in top social networks!
Powered By Indic IME