ଦୂତୀଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା,୩ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

50841
ଓଡିଶାର ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀଡାବିତ ତଥା ଆଥଲେଟ ଦୂତୀଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ସମ୍ବର୍ଦ୍ଧିତ କରିବା ସହ ୩ଲକ୍ଷ ଟଙ୍କା ପରିମାଣର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । କୁମାରୀ ଚାନ୍ଦ ନିକଟରେ ଚାଇନିଜ ତାଇପେ ରେ ଅନୁଷ୍ଠିତ ଷୋଡଶ ଏସୀୟ ଜୁନିୟର ଆଥଲେଟିକ ଚମ୍ପିଆନସିପରେ ଦେବା ପାଇଁ ୨୦୦ ମିଟର ଓ ୪X୪୦୦ ମିଟର ଦୌଡରେ ଦୁଇଟି ସ୍ଵର୍ଣ୍ଣପଦକ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ କୁମାରୀ ଚାନ୍ଦଙ୍କ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଆହୁରି ଅଧିକ ସଫଳତା ପାଇବେ ବୋଲି ଆଶା ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମରାଣ୍ଡି,କ୍ରୀଡା ଓ ଯୁବସେବା ବିଭାଗ ସଚିବ ଶ୍ରୀ ଶାଶ୍ଵତ ମିଶ୍ର, କୁମାରୀ ଚାନ୍ଦଙ୍କ ମାତା,ପିତା ଓ ବଡ ଭଉଣୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟଯେ କୁମାରୀ ଚାନ୍ଦ ୨୦୧୩-୧୪ ରାଞ୍ଚିରେ ଅନୁଷ୍ଠିତ ଜାତୀୟ ଓପନ ଆଥଲେଟିକ୍ ଚମ୍ପିଅନସିପ ରେ ୧୦୦ମିଟର ଓ ୨୦୦ ମିଟର ଦୌଡରେ ଦୁଇଟି ସ୍ଵର୍ଣ୍ଣପଦକ ଏବଂ ପୁନେ ଠାରେ ଅନୁଷ୍ଠିତ ଏସୀୟ ଆଥଲେଟିକ ଚମ୍ପିୟାନସିପ ଥରେ ଅନୁଷ୍ଠିତ ୨୦୦ମିଟର ଦୌଡରେ କାଂସ୍ୟ ପଦକ ହାସଲ କରିଥିଲେ ।

Share in top social networks!