କେନ୍ଦ୍ର ଦୃଢ : ପୋଲାଭରମ୍ ନିଶ୍ଚିତ

polavaramଭୁବନେଶ୍ବର (ଅମିତ ଦାସ) : ପୋଲାଭରମ୍ ପ୍ରକଳ୍ପ ନିଶ୍ଚିତ ସାକାର ରୂପ ନେବ । ଏହାକୁ କେହି ଅଟକେଇ ପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ଫଳରେ ଓଡ଼ିଶା ସରକାରଙ୍କ ଏ ସଂପର୍କିତ ସମସ୍ତ ଆଶାକୁ ଜୋରଦାର ଧକ୍କା ଲାଗିଛି । ପୁଣି ବିବାଦୀୟ ଏହି ପ୍ରକଳ୍ପ ଏବେ କୋଉ ମୋଡ଼ ନେବ ତା’କୁ ନେଇ ଆଶଙ୍କାବଢି ଯାଇଛି ।

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାଠାରେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଏମ୍, ଭେଙ୍କିୟା ନାଇଡ଼ୁ ଏହା କହିଛନ୍ତି । ଭେଙ୍କିଆ ଆନ୍ଧ୍ରର ବିଜେପି ଏବଂ କେନ୍ଦ୍ର ସରକାରରେ ଜଣେ ପ୍ରଭାବଶାଳୀ ନେତା । ଆନ୍ଧ୍ର ପ୍ରଦେଶରେ ଏକ ସାମ୍ବାଦିକ ସମ୍ମିଳନୀରେ ଭେଙ୍କିଆ କହିଛନ୍ତି- ପୋଲାଭରମ୍ ପାଇଁ ଦରକାରୀ ଅଧ୍ୟାଦେଶ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଜାରି କରି ସାରିଛନ୍ତି । ଏହାକୁ ସାକାର କରିବା ପାଇଁ ଆବଶ୍ୟକ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ନିଆଯିବ । ପ୍ରକଳ୍ପ ପାଇଁ ଅର୍ଥ ବରାଦରେ କୌଣସି ଅସୁବିଧା ରହିବ ନାହିଁ ।

କିଛି ଦିନ ତଳେ ନୂଆ ସରକାର କେନ୍ଦ୍ରରେ ଆସିବା ପରେ ପୋଲାଭରମ୍କୁ ନେଇ ବିବାଦ ନୂଆ ରୂପ ନେଇଥିଲା । ତେଲେଙ୍ଗାନାର ଖମ୍ମାମର କିଛି ଅ ଳ ସୀମାନ୍ଧ୍ରରେ ମିଶିବା ନେଇ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଥିଲେ । ଯାହାକୁ ତେଲେଙ୍ଗାନାର ନେତାମାନେ ଏପରିକି ସେଠାକାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବିରୋଧ କରୁଛନ୍ତି ।

ତେଲେଙ୍ଗାନା ଅ ଳର ପ୍ରାଣହିତା ଚେଭେଲ୍ଲା ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବା ନିମନ୍ତେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ କୁହାଯାଇଛି । ଗତ ମଇ ୩ ତାରିଖରେ ଏକ ବିବାଦୀୟ ନିଷ୍ପ ି କ୍ରମେ କେନ୍ଦ୍ରର କଂଗ୍ରେସ ସରକାର ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣ ଗଠନ କରିଥିଲେ । ଓଡ଼ିଶା ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା ।

ପୋଲାଭରମ୍ ଏବେ ‘ଇନ୍ଦିରା ସାଗର’ ନାମରେ ପରିଚିତ ଏବଂ ଆନ୍ଧ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସିଛନ୍ତି । ଥରେ ପୋଲାଭରମ୍ ବା ଇନ୍ଦିରା ସାଗର ଜାତୀୟ ପ୍ରକଳ୍ପ ମାନ୍ୟତା ପାଇଗଲେ, ତେଣିକି ପ୍ରକଳ୍ପ ନିର୍ମାଣ ସଂପର୍କିତ ୯୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଅନୁଦାନ ଆକାରରେ ଯୋଗାଇ ଦେବେ । ଗତ କିଛି ମାସ ତଳେ ଆନ୍ଧ୍ର ସରକାର ପୋଲାଭରମ୍ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ କରିଥିଲେ । ସେଇ ସମୟରେ ସୋମା କନଷ୍ଟ୍ରକ୍ସନ୍ ଏବଂ ଚାଇନାର ଗେଜୁବା ଗ୍ରୁପ୍ କର୍ପୋାରେସନର ଯୌଥ ଉଦ୍ୟୋଗକୁ ଏହି ପ୍ରକଳ୍ପ ମିଳିଥିଲା । ସେମାନେ ଏଥିନିମନ୍ତେ ୪,୫୯୯ କୋଟି ଟଙ୍କାର ଟେଣ୍ଡର ଦାଖଲ କରିଥିଲେ ।

ତେବେ ଟେଣ୍ଡର ପ୍ରକ୍ରିୟା ସରିବା ପରେ ପରେ ହିଁ ବିବାଦ ସୃଷ୍ଟି ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀଙ୍କ କ୍ୟାବିନେଟର ଦୁଇ ଜଣ ମନ୍ତ୍ରୀ ଏହି ପ୍ରକ୍ରିୟାକୁ ବିରୋଧ କରିବା ସହିତ ସଂପୃକ୍ତ କଂପାନୀ ନିର୍ମାଣ କାର୍ଯ୍ୟ କଲେ ଆନ୍ଧ୍ର ସରକାର ୮୦୦ କୋଟି ଟଙ୍କାର କ୍ଷତି ସହିବେ ବୋଲି ଦର୍ଶାଇଥିଲେ । ଉଭୟ କ୍ୟାବିନେଟ ମନ୍ତ୍ରୀ ଏମ୍. ମୁକେଶ ଗୌଡ଼ ଏବଂ ଡି.ନାଗେନ୍ଦର ଏ ସଂପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ବି ଚିଠି ଲେଖିଥିଲେ । ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଦୁଇଟି କଂପାନୀ ସରକାରଙ୍କ ନିଷ୍ପତି ବିରୋଧରେ ହାଇଦ୍ରାବାଦ ହାଇକୋର୍ଟରେ ଆବେଦନ କରିଥିଲେ ।

ମଧୁକନ୍-ସିନାହାଇଡ୍ରୋ ଯୌଥ ଉଦ୍ୟୋଗ ଏବଂ ଗ୍ୟାମନ୍ ଇଣ୍ଡିଆ ଆନ୍ଧ୍ର ହାଇକୋର୍ଟରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ, କେଉଁ କାରଣରୁ
ସେମାନଙ୍କ ଟେଣ୍ଡର ପେପର୍ ବାତିଲ୍ କରାଗଲା ତାହା ଜଣାନାହିଁ । ସମୁଦାୟ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ । ଫଳରେ ସରକାର ନୂତନ ଭାବେ ସମୁଦାୟ ପ୍ରକ୍ରୟା ଆରମ୍ଭ କରିବା କିମ୍ବା ତାଙ୍କ ଆବେଦନ ବିଚାରକୁ ନେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି । ଗଲା ବର୍ଷକ ତଳେ ଆନ୍ଧ୍ର ହାଇକୋର୍ଟଙ୍କ ନିର୍ଦ୍ଧେଶକ୍ରମେ ପୋଲାଭରମ୍ ଟେଣ୍ଡର୍ ବାତିଲ୍ ହୋଇଥିଲା । ସେତେବେଳେ ଏସ୍ଇଡବ୍ଲ୍ୟୁ ଇନଫ୍ରା-ଫଟେଲ୍ କନଜୋର୍ଟିୟମ୍ ଏହି ଟେଣ୍ଡର ହାସଲ କରିଥିଲେ ।

ଓଡ଼ିଶା ସରକାର ପୋଲାଭରମ୍ ନିର୍ମାଣ ବିରୋଧରେ ସୁପ୍ରିମକୋର୍ଟରେ ଏକାଧିକ ମାମଲା ଦାଖଲ କରିଛନ୍ତି । ଜଷ୍ଟିସ୍ କେ.ଏସ୍ ରାଧାକ୍ରିଷ୍ଣନ୍ ଏବଂ ସି.କେ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୋଲାଭରମ୍ ମାମଲାର ବିଚାର ଚାଲିଛି । ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ହେଲେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ୧୩ରୁ ଅଧିକ ଗାଁ ସମେତ ୨୧୧୦ ହେକ୍ଟର ଜଙ୍ଗଲ ସବୁଦିନ ପାଇଁ ପାଣିରେ ବୁଡ଼ିଯିବ । ଅନ୍ୟପକ୍ଷରେ ଚୂଡ଼ାନ୍ତ ଜଙ୍ଗଲ ଓ ପରିବେଶ ମଂଜୁରୀ ମିଳି ନଥିବାରୁ ପୋଲାଭରମ୍ କାମ ବନ୍ଦ ରଖିବାକୁ କେନ୍ଦ୍ର ସରକାର ଆନ୍ଧ୍ରକୁ ପୂର୍ବରୁ ନିର୍ଦ୍ଧେଶ ଦେଇ ସାରିଛନ୍ତି । କିନ୍ତୁ ଆନ୍ଧ୍ର କିଛି ବି ଶୁଣିବାକୁ ଜମାରୁ ପ୍ରସ୍ତୁତ ନୁହେଁ । ଆଉ କେନ୍ଦ୍ର ସରକାର ଏବେ polavaramନିଆଁରେ ଘିଅ ଢାଳିଛନ୍ତି ।

Share in top social networks!