ନୋଟା ଓ ନକ୍ସଲ ଅ ଞ୍ଚଳ

jyotiଜ୍ୟୋତି ପ୍ରକାଶ ମହାପାତ୍ର

ଗଲା ସାଧାରଣ ନିର୍ବାଚନ ଗୋଟେ ଦିଗ ଟିକେ ଗଣମାଧ୍ୟମ ଚର୍ଚ୍ଚା ବହାରେ ରହି ଯାଇଛି । ଏମତି ନୁହେଁ ଗଣମାଧ୍ୟମ ସେ ସଂପର୍କରେ କୌଣସି ରିପୋର୍ଟିଂ କରି ନାହିଁ । କିନ୍ତୁ,ସେ ବିଷୟରେ ଯେତିକି ଆଲୋଚନା ହେବା କଥା ତାହା ହୋଇନାହିଁ । ଚର୍ଚ୍ଚା ଆଢୁଆଳରେ ବିଷୟଟି ଛପି ଯାଇଛି ।

୨୦୧୪ର ସାଧାରଣ ନିର୍ବାଚନରେ ଗୋଟେ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଥିଲା । ଏଇ ସମୟରେ ପ୍ରଥମ କରି ଜାତୀୟସ୍ତରରେ ମତଦାତାମାନେ ନୋଟା (ନନ୍ ଅଫ୍ ଦି ଏବଭ୍) ସୁଇଚ୍ ବ୍ୟବହାର କରିବାର ସୁଯୋଗ ପାଇଥିଲେ । ଆଉ ଯେଉଁ ଇଲାକା ଆମ ଦେଶରେ ସର୍ବାଧିକ ନକ୍ସଲ ଉପଦ୍ରୁତ
ଅ ଳ ଭାବେ ପରିଚିତ, ସେଠାରେ ହିଁ ‘ନୋଟା’ ବ୍ୟବହାର ସର୍ବାଧିକ ଭାବେ ଦେଖିବାକୁ ମିଳିଥିଲା ।

ପ୍ରଥମ ଉଦାହରଣ ଭାବେ ଓଡ଼ିଶାର ନବରଙ୍ଗପୁର ଲୋକସଭା କ୍ଷେତ୍ରକୁ ନିଆଯାଇପାରେ । ୪୪,୪୦୮ ଜଣ ମତଦାତା ସେଠାରେ ‘ନୋଟା’ ସୁଇଚ୍ ଟିପି ଥିଲେ । ଏହା ସମୁଦାୟ ମତଦାନ ହାରର ୪ ପ୍ରତିଶତରୁ ଅଧିକ । ଏମିତିକି କେତେକ ଆ ଳିକ ଦଳର ଭୋଟଠାରୁ ଏହା ଅଧିକ ଥିଲା । ନବରଙ୍ଗପୁର ଆମ ଦେଶର ବିକାଶ କ୍ଷେତ୍ରରେ ପଛୁଆ ଏବଂ ନକ୍ସଲୀ ହିଂସା ଦୃଷ୍ଟିରୁ ଆଗୁଆ ନିର୍ବାଚନମଣ୍ଡଳୀ । ଆମ ଦେଶରେ ‘ନୋଟା’ ବ୍ୟବହାର କ୍ଷେତ୍ରରେ ଏହା ଦ୍ବିତୀୟ ସର୍ବାଧିକ ତାଲିକା ଥିଲା । ଟୁ-ଜି ଦୁର୍ନୀତିର ମୁଖ୍ୟ ଖଳନାୟକ ଏ. ରାଜା ତାମିଲନାଡ଼ୁର ଯେଉଁ ନୀଳଗିରି ଲୋକସଭା ଆସନରୁ ଲଢୁଥିଲେ, ସେଠାରେ ୪୬,୫୫୯ ଅର୍ଥାତ୍ଦେ ଶର ସବୁଠାରୁ ବେଶି ଭୋଟ ‘ନୋଟା’କୁ ମିଳିଥିଲା । ସେମିତି ଓଡ଼ିଶାର କୋରାପୁଟ ନିର୍ବାଚନମଣ୍ଡଳୀରେ ୩୩,୨୩୨ ଜଣ ‘ନୋଟା’ ବ୍ୟବହାର କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ଅଂଶ ହେଉଛି ନବରଂଗପୁର । ଉକ୍ରଟ ଦାରିଦ୍ର୍ୟ, ଭୋକର ଭୂଗୋଳ, ଆତୁରତା, ସରକାରୀ ବିକାଶଠାରୁ ହଜାର କୋଟି ମାଇଲ୍ ଦୂରରେ ବୋଲି ଏହି ଇଲାକା ପରିଚିତ ।

ଏଥର ଜାତୀୟସ୍ତରର ଚିତ୍ର ଦେଖିବା । ମହାରାଷ୍ଟ୍ରର ଗାଡ଼ଚିରୋଲି ନକ୍ସଲଙ୍କ ପେଣ୍ଠସ୍ଥଳୀ ଭାବେ ପରିଚିତ । ପୁଲିସ, କେନ୍ଦ୍ରୀୟ ଯବାନ ଉପରେ ନକ୍ସଲୀ ଆକ୍ରମଣ ଆଦି ଘଟଣା ପାଇଁ ଗାଡ଼ଚିରୋଲୀ ସବୁଦିନେ ଚର୍ଚ୍ଚାରେ ଥାଏ । ସେଠାରେ ୨୪,୪୮୮ଟି ଭୋଟ ‘ନୋଟା’ ସପକ୍ଷରେ ପଡ଼ିଥିଲା । ମନେ ରଖିବାକୁ ପଡ଼ିବ ମହାରାଷ୍ଟ୍ରର ସମୁଦାୟ ୪୮ଟି ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଏଠାରେ ସର୍ବାଧିକ ‘ନୋଟା’ ଭୋଟ ହିଁ ପଡ଼ିଥିଲା ।
ସେହିପରି ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ନବରଂଗପୁରରେ ‘ନୋଟା’କୁ ସବୁଠାରୁ ବେଶି ଭୋଟ ମିଳିଥିଲା ।

ସମୁଦାୟ ଦେଶରେ ୬୦ ଲକ୍ଷ ମତଦାତା ‘ନୋଟା’ ସୁଇଚ୍ ଟିପିଥିଲେ । ଅର୍ଥାତ୍ ୬୦ ଲକ୍ଷ ଲୋକ ସିଧା ଜଣେଇ ଦେଇଥିଲେ କୌଣସି ପ୍ରାର୍ଥୀ ସେମାନଙ୍କର ପସନ୍ଦ ନୁହେଁ । ଯାହା ସମୁଦାୟ ମତଦାତାଙ୍କ ସଂଖ୍ୟାର ୧ ପ୍ରତିଶତ । ଆଉ ୧୯ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଯେଉଁଠି ହାରଜିତର ପାର୍ଥକ୍ୟ ୧ ପ୍ରତିଶତରୁ କମ୍ ଥିଲା, ସେଠାରେ ‘ନୋଟା’ ବ୍ୟବହାର ସମୁଦାୟ ଚିତ୍ରକୁ ବଦଳାଇ ଦେଇଥିଲା ।

ଉଦାହରଣ ଭାବେ ଛତିଶଗଡ଼ର ମହାସମୁନ୍ଦ ନିର୍ବାଚନମଣ୍ଡଳୀକୁ ନିଆଯାଇପାରେ । ଏହା ବି ନକ୍ସଲୀ ଇଲାକା ଭାବେ ପରିଚିତ । ସେଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ନିର୍ବାଚନ ଲଢୁଥିଲେ । ଆଉ ହାରଜିତ୍ରେ ଭୋଟ ପାର୍ଥକ୍ୟ ୦.୧୧ ପ୍ରତିଶତ ଥିଲା । କିନ୍ତୁ ‘ନୋଟା’କୁ ୦.୯୧ ପ୍ରତିଶତ ଭୋଟ ମିଳିଥିଲା ।

‘ନୋଟା’ ସଂପର୍କରେ ବେଶି ପ୍ରଚାର ସହରା ଳରେ କରାଯାଇଥିଲା । ପୁଣି ସେଠାରେ ଶିକ୍ଷିତ ଭୋଟରଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସହରରେ ‘ନୋଟା’ ବେଶି ହୁଏତ ବ୍ୟବହାର ହୋଇପାରେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହାର ଓଲଟା ଚିତ୍ର ଗଲା ଜାତୀୟ ନିର୍ବାଚନରେ ଦେଖିବାକୁ ମିଳିଛି । ସର୍ବାଧିକ ଭାବେ ‘ନୋଟା’ ବ୍ୟବହାର ହୋଇଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକ ହେଉଛି ମୁଖ୍ୟତଃ ଗାଁ ଗଣ୍ଡା, ଦୂରନ୍ତ ଇଲାକା, ଆଦିବାସୀ ବହୁଳ, ନକ୍ସଲ
ଉପଦ୍ରୁତ ଏବଂ ଛୋଟମୋଟ ସହରକୁ ନେଇ ଗଠିତ ଥିଲା । ଏଗୁଡ଼ିକ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା । ପୁଣି ଗଲା ନିର୍ବାଚନରେ ମତଦାନ ହାରଠାରୁ ଏହିସବୁ ନିର୍ବାଚନମଣ୍ଡଳୀରେ ଏଥର ମତଦାନ ହାର ୧୦ ପ୍ରତିଶତରୁ ଅଧିକ ବଢିଛି।

ଛତିଶଗଡ଼ର ବସ୍ତର ଲୋକସଭା କ୍ଷେତ୍ରରେ ‘ନୋଟା’କୁ ୩୮,୭୭୨ଟି ଭୋଟ ମିଳିଥିଲା । ଯାହା ପାଖାପାଖି ସମୁଦାୟ ଭୋଟଦାନ ହାରର ୪ ପ୍ରତିଶତ ପାଖାପାଖି । ସେମିତି ଆଦିଲାବାଦରେ ୧୭,୦୮୪ ଭୋଟ ‘ନୋଟା’କୁ ଯାଇଥିଲା । ରାଜନନ୍ଦନଗାଁଓରେ ୩୨, ୩୮୪ ନୋଟାକୁ ଭୋଟ
ଦେଇଥିଲେ ।

ମୋଟ ଉପରେ ଯେଉଁଠି ନକ୍ସଲୀ ଆତଙ୍କ ଅଧିକ ଏବଂ ଯେଉଁ ଆସନଗୁଡ଼ିକ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ଓ ବିକାଶ କ୍ଷେତ୍ରରେ ଢେର ପଛରେ ସେଠାରେ ହିଁ ବେଶି ‘ନୋଟା’ ଭୋଟ ପଡ଼ିଛି । ଫଳରେ ‘ନୋଟା’ ବ୍ୟବହାର କ୍ଷେତ୍ରରେ ନକ୍ସଲଙ୍କ ହାତ ଥିବା ଆଶଙ୍କାକୁ ଏଡ଼ାଇ ନ ଯାଇପାରେ ବୋଲି ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’ ଗଲା ମଇ ୧୯ ତାରିଖରେ ପ୍ରକାଶିତ ରିପୋର୍ଟରେ କହିଛି । ସେଠାରେ ପ୍ରାର୍ଥୀମାନେ ଜିତିବା ପରେ ଆଉ
ମତଦାତାଙ୍କ ପାଖକୁ ଯାଇ ନାହାନ୍ତି । ସେମାନଙ୍କଠାରୁ ଦୂରେଇ ରହିଛନ୍ତି । ପୁଣି ନିର୍ବାଚନ ସମୟରେ ଯେଉଁସବୁ ଗାଁକୁ ବୁଲିବାକୁ ଯାଇ ନାହାନ୍ତି, ସେଠାରେ ‘ନୋଟା’ ଅଧିକ ସଂଖ୍ୟାରେ ବ୍ୟବହାର ହୋଇଛି ବୋଲି ଆଶଙ୍କା କରାଯାଉଛି । ବୁଥୱାରୀ ଭୋଟ ତର୍ଜମା କରାଗଲେ ଏହା ସାମ୍ନାକୁ ଆସିବ ।

ଏହାର ଆଉ ଏକ ଦିଗ ବି ରହିଛି । ଏଥର ବି ନକ୍ସଲମାନେ ଭୋଟ ବର୍ଜନ ପାଇଁ ଡାକରା ଦେଇଥିଲେ । କିନ୍ତୁ ଦେଶରେ ମତଦାନ ହାର ବଢିଲା । ଫଳରେ ଆଦିବାସୀମାନେ ବେଶି ଶି ମତଦାନ ପାଇଁ ଆଗ୍ରହ ପ୍ରକାଶ କଲେ । ଫଳରେ ନକ୍ସଲମାନେ ବିଦ୍ରୋହ ଆଶଙ୍କାକୁ ଏଡ଼ାଇବାକୁ ଯାଇ ‘ନୋଟା’କୁ ବିକଳ୍ପ ଭାବେ ଗ୍ରହଣ କରି ନେଇଥାଇ ପାରନ୍ତି । ଓ ଏଥିପାଇଁ ଭୋଟରମାନଙ୍କୁ କହିଥାଇ ପାରନ୍ତି ।

ଭାରତୀୟ ଜନସଂଚାର ସଂସ୍ଥାନ,
ସଂଚାର ମାର୍ଗ, ଢେଙ୍କାନାଳ ।
jpm.iimc@gmail.com

Share in top social networks!
Powered By Indic IME