‘ଆଦିବାସୀ ମହିଳା ସଶକ୍ତିକରଣ’ ଶୀର୍ଷକ ସେମିନାର ଉଦଘାଟିତ

Odishan-MAP-13ଅନୁସୂଚିତ ଜାତି ,ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଭୁବନେଶ୍ଵର ଆନୁକୂଲ୍ୟରେ ଆଜି ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକ ଠାରେ ଆଦିବାସୀ ମହିଳା ସଶକ୍ତୀକରଣ ଶୀର୍ଷକ ଏକ ରାଜ୍ୟସ୍ତରୀୟ ସେମିନାର ଉଦଘାଟିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟାତିଥି ଭାବେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା ଆଦିବାସୀ ମହିଳାମାନଙ୍କୁ ନୂତନ ଆଲୋକରେ ଆଲୋକିତ କରିବା ସହିତ ନୂତନ ଚିନ୍ତାଧାରା ସହିତ ପରିଚିତ କରାଇବା ପାଇଁ ଶିକ୍ଷାବିତ୍,ବୁଦ୍ଧିଜୀବୀ ,ଗବେଷକ,ବେସରକାରୀ ଅନୁଷ୍ଠାନ ଆଦିକୁ ଆହ୍ୱାନ ଦେଇଥିଲେ । ଏଥିସହିତ ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମହିଳା ସଶକ୍ତୀକରଣ ଦିଗରେ ରହିଥିବାଉଲ୍ଲେଖନୀୟ ଅବଦାନ ର ଅବତାରଣା କରିଥିଲେ । ଏହି ଆଲୋଚନାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଆଦିବାସୀମାନଙ୍କ ଶିକ୍ଷାର ବିକାଶ ଉପରେ ଗୁରୁତ୍ଵ ଆରୋପ କରିବା ସହିତ ଆଗାମୀ ଦିନରେ ଆଦିବାସୀ ମହିଳାମାନେ କିପରି ଅଧିକ ସଚେତନ ହେବେ ସେ ଦିଗରେ ଆଲୋଚନା କରିଥିଲେ । ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା ଶ୍ରୀମତୀ ଲୋପମୁଦ୍ରା ବକ୍ସିପତ୍ର ତାଙ୍କ ଅଭିଭାଷଣରେ ମହିଳାମାନଙ୍କୁ ସଂଗଠିତ କରି ସେମାନଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ଉପରେ ଗୁରୁତ୍ଵ ଦେଇଥିଲେ । ଆଜିର ଉଦଘାଟନୀ ଦିବସରେ ବିଭଗିୟ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅଖିଳ ବିହାରୀ ଓତା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପାଠଚକ୍ରର ପ୍ରଥମ ଅଧିବେଶନକୁ ପ୍ରଫେସର ଡକ୍ଟର କେକେ ମହାନ୍ତି ପରିଚାଳନା କରିଥିଲେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ପାଠଚକ୍ରରେ ଶତାଧିକ ଶିକ୍ଷାବିତ୍,ଗବେଷକ,ବେସରକାରୀ ଅନୁଷ୍ଠାନ,ବିଭିନ୍ନ ବିଭାଗର ଅଧିକାରୀ ଆଦି ଯୋଗଦାନ କରିଥିଲେ ।

Share in top social networks!
Powered By Indic IME