ବିଧାନସଭାରେ ହିନ୍ଦୀ ଭାଷାରେ ବକ୍ତବ୍ୟ ନେଇ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ:ବାଚସ୍ପତି

imagesବିଧାନସଭାରେ ରାଜଭାଷା ହିନ୍ଦୀରେ ବକ୍ତବ୍ୟ ନେଇ ଆବଶ୍ୟକ ଭିତ୍ତିଭୂମି ପିନ ଚେଷ୍ଟା କରାଯିବ । ଆଜି ବାଚସ୍ପତି ନିରଞ୍ଜନ ପୂଜାରୀ ଏ ସଙ୍କ୍ରାନ୍ତରେ ରୁଲିଂ ଦେଇଛନ୍ତି । ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ବିଧାନସଭା କାର୍ଯ୍ୟବିଧି ପରିଚାଳନା ଆଇନର ଧାରା ୧୮୬ ରେ ଇଂରାଜୀ ବୋ ଓଡିଆ ସହିତ ହିନ୍ଦୀରେ ବିଧାୟକମାନେ କହିବାର ବ୍ୟବସ୍ଥା ରହିଛି । ଗତକାଲି ପରଳେଖାମୁଣ୍ଡି ବିଧାୟକ କେ.ସୂର୍ଯ୍ୟ ରାଓ ପ୍ରଶ୍ନୋତ୍ତର କାଳରେ ହିନ୍ଦୀରେ ପ୍ରଶ୍ନ ପଚାରିଥିଲେ । ମାତ୍ର ବାଚସ୍ପତି ତାଙ୍କୁ ଅନୁମତି ଦେଇନଥିଲେ । କୁହାଯାଇଥିଲା ଯେ ସେ ଓଡିଆ କିମ୍ବା ଇଂରାଜୀରେ କୁହନ୍ତୁ । ଏ ସମ୍ପର୍କରେ ବାଚସ୍ପତି ଦେଇଥିବା ରୁଲିଂର ପୁନଃ ବିଚାର କରିବା ଲାଗି ଶ୍ରୀ ମିଶ୍ର ଦାବି କରିଥିଲେ । ହିନ୍ଦୀଭାଷାରେ ରିପୋର୍ଟର ବା କ୍ଷୀପ୍ର ଲେଖକ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଉପରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ମତ ବା ରୁଲିଂ ଦେଇଛନ୍ତି ।

Share in top social networks!