ନିର୍ବାଚନ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇଛି: ମୁଖ୍ୟମନ୍ତ୍ରୀ

imagesବିରୋଧୀ ଦଳ ବଜେଟକୁ ନିରୁତ୍ସାହଜନକ ଓ ଏଥିରେ କୌଣସି ନୂତନତା ନାହିଁ ବୋଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ୨୦୧୪-୧୫ ବଜେଟକୁ ବିଧାନସଭାରେ ଉପସ୍ଥାପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ଗତ ନିର୍ବାଚନରେ ଆମେ ଦେଇଥିବା ପ୍ରତିଶ୍ରୁତି ଗୁଡିକ ପିନ ବଜେଟରେ ଅର୍ଥ ବ୍ୟବସ୍ଥା ହୋଇଛି । ଉଦାହରଣ ସ୍ୱରୂପ ମୋକୁଡିଆ ଯୋଜନା,କୃଷି ଓ ସହଯୋଗୀ କ୍ଷେତ୍ରମାନଙ୍କ ପାଇଁ ବଜେଟରେ ଅଧିକ ଅର୍ଥ ବରାଦ ହୋଇଛି । ନୂଆ ସରକାରଙ୍କ ପ୍ରଥମ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

Share in top social networks!