ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

50876
ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ ହେଉଛି । ଏହି ପରୀକ୍ଷା ୨୩ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ପ୍ରାୟ ୨୨ହଜାର ଛାତ୍ରଛାତ୍ରୀ ୧୪୩ଟି ସେଣ୍ଟରରେ ପରୀକ୍ଷା ଦେବେ । ବୋର୍ଡ କର୍ତ୍ତୁପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୪୩ଟି ଯାକ ପରୀକ୍ଷା କେନ୍ଦ୍ର ହେଉଛି ନୋଡାଲ ସେଣ୍ଟର । ଅର୍ଥାତ ଏଠାରେ ପ୍ରଶ୍ନପତ୍ର ଗଚ୍ଛିତ ହୋଇରହିଛି । ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୧୭ଟି କେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ ଓ ଯଥାଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇଁ ଉଦ୍ୟମ କରାଯିବ ବୋଲି ବୋର୍ଡ ସଭାପତି ଡ.ଦକ୍ଷ ପ୍ରସାଦ ନନ୍ଦ ପ୍ରକାଶ କରିଛନ୍ତି ।

Share in top social networks!