ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

MAP-8
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାର ୨ଟି ଆସନ ଲାଗି ବିଧାନସଭା ସଚିବ ତଥା ରିଟର୍ଣ୍ଣିଂ ଅଫିସର ଅମିୟ କୁମାର ଷଢଙ୍ଗୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ଏଥିସହିତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି । ବିଜ୍ଞପ୍ତି ଅନୁସାରେ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଚାଲିବ । ୨୪ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ୨୬ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଯଦି ଆବଶ୍ୟକପଡେ ଜୁଲାଇ ୩ତାରିଖ ଦିନସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଏହି ୨ଟି ଆସନ ଲାଗି ଭୋଟଗ୍ରହଣ କରାଯିବ । ସେହିଦିନ ନିର୍ବାଚନ କମିଶନଙ୍କ ସମ୍ମତି ପରେ ଅପରାହ୍ନ ୫ଟା ପରେ ଭୋଟ ଗଣତି କରାଯିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!