ଚଳିତ ବର୍ଷ ରାଜ୍ୟରେ ୪୧ଟି ନୂଆ ଦମକଳ କେନ୍ଦ୍ର ଖୋଲାଯିବ

ଚଳିତ ବର୍ଷ ରାଜ୍ୟରେ ୪୧ଟି ନୂଆ ଦମକଳ କେନ୍ଦ୍ର ଖୋଲାଯିବ | ଏ ସଙ୍କ୍ରାନ୍ତିୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି | ରାଜ୍ୟର ପ୍ରତି ବ୍ଲକ ରେ ଦମକଳ କେନ୍ଦ୍ର ଖୋଲିବା ପାଇଁ ସରକାର ନିସ୍ପତି ଗ୍ରହଣ କରିଛନ୍ତି |

22-12-2012=1ତଦନୁଯାଇ ଦମକଳ କେନ୍ଦ୍ର ନଥିବା ବ୍ଲକ ମାନଙ୍କ ମଧ୍ୟରୁ ୪୧ଟି ବ୍ଲକ ରେ ୨୦୧୨-୧୩ ଆର୍ଥିକ ବର୍ଷରେ ଦମକଳ କେନ୍ଦ୍ର ଖୋଲାଯିବ | ଏଥିପାଇଁ ୬୧୫ ଜଣ କର୍ମଚାରୀ ଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମଧ୍ୟ ସରକାର ନିସ୍ପତି ଗ୍ରହଣ କରିଛନ୍ତି | ତନ୍ମଧ୍ୟରୁ ୪୧ ଜଣ ଷ୍ଟେସନ ଅଫିସର, ୮୨ ଜଣ ଲିଡିଙ୍ଗ ଫାୟାରମ୍ୟାନ, ୮୨ ଜଣ ଡ୍ରାଇଭର ହାବିଲଦାର ଏବଂ ୪୦ ଜଣ ଫାୟାରମ୍ୟାନ ପଦବୀରେ ନିଯୁକ୍ତି ପାଇବେ |

Share in top social networks!