ପୂର୍ବତନ ବିଧାୟକ ରାବଣେଶ୍ଵର ମଢେଇଙ୍କ ବିୟୋଗରେ ଆସାମ ରାଜ୍ୟପାଳଙ୍କ ଶୋକ

download
ଉଦଳାର ପୂର୍ବତନ କଂଗ୍ରେସ ବିଧାୟକ ରାବଣେଶ୍ଵର ମଢେଇଙ୍କ ପରଲୋକରେ ଆସାମ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ଶୋକବର୍ତ୍ତାରେ ଜଣାଇଛନ୍ତି,ମଢେଇଙ୍କ ବିୟୋଗରେ ସେ ଦୁଃଖିତ ଏବଂ ମର୍ମାହତ । ଉଦଳାରୁ ଶ୍ରେୟ ଲଢେଇ ବିଧାୟକ ଭାବରେ ବାରମ୍ବାର ନିର୍ବାଚିତ ହୋଇଥିଲେ ଏବଂ ନିଜ ଅଞ୍ଚଳର ସେ ଜଣେ ଲୋକପ୍ରିୟ ନେତା ଓ ସମାଜସେବୀ ଥିଲେ । ତାଙ୍କ ଅଞ୍ଚଳର ଜଳସେବନ,ରାସ୍ତାଘାଟ ଆଦି ବହୁ ଉନ୍ନୟନମୂଳକ କାର୍ଯ୍ୟ ସଫଳତାର ସହ ସେ ସମ୍ପନ୍ନ କରିଛନ୍ତି । ମଢେଇ ତାଙ୍କର ବ୍ୟକ୍ତିଗତ ବନ୍ଧୁ ଥିଲେ ବୋଲି ନିଜର ଶୋକବାର୍ତ୍ତାରେ ଉଲ୍ଲେଖ କରି ରାଜ୍ୟପାଳ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ମଢେଇଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

Share in top social networks!