ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ୬୦୧ ଗୋଟି ଖଣି ପଟ୍ଟା ମଞ୍ଜୁର କରାଯାଇଛି-ଇସ୍ପାତ ଓ ଖଣି ମନ୍ତ୍ରୀ

images
ରାଜ୍ୟରେ ମହଜୁଦ ଥିବା ଖଣିଜ ପଦାର୍ଥ ମଧ୍ୟରୁ ବିଭିନ୍ନ ଖଣିଜ ପଦାର୍ଥ ଉତ୍ତୋଳନ ସକାଶେ ୬୦୧ ଗୋଟି ଖଣି ପଟ୍ଟା ମଞ୍ଜୁର କରାଯାଇଛି । ସେଥିମଧ୍ୟରୁ ବର୍ତ୍ତମାନ ୧୦୭ଗୋଟି ଖଣିରେ ଉତ୍ତୋଳନ କାର୍ଯ୍ୟ ଚାଲୁଅଛି । ଏହି ଉତ୍ତୋଳନ ପଞ୍ଚବାର୍ଷିକ ମାଇନିଂ ସ୍କିମ ଅନୁଯାୟୀ ନିୟନ୍ତ୍ରିତ ହେଉଅଛି ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ଶ୍ରୀ ମଲ୍ଲିକ କହିଲେ ଯେ,ପଞ୍ଚବାର୍ଷିକ ମାଇନିଂ ସ୍କିମ ଅନୁସାରେ ଖଣି ଉତ୍ତୋଳନ ନିୟନ୍ତ୍ରିତ ହେଉଥିବା ବେଳେ ବାର୍ଷିକ ଉତ୍ତୋଳନ ପରିମାଣ ସଦା ପରିବର୍ତ୍ତନଶୀଳ ଅଟେ । ତେଣୁ କେତେ ଖଣିଜ ପଦାର୍ଥ ଉତ୍ତୋଳନ ହୁଏ । ତାହା ବର୍ଷ ଶେଷରେ ଆକଳନ କରାଯାଇ ତାହା ଶୀତ ଭୂତତ୍ତ୍ଵ ପୂର୍ବେକ୍ଷଣ ପରିମାଣକୁ ମିଶାଇ ଗଚ୍ଛିତ ଖଣିଜ ପଦାର୍ଥର ପରିମାଣ ନିରୂପଣ କରାଯାଇଥାଏ । ଯାହା ହେଉ ଓଡିଶା ଖଣିଜନିଗମ ରାଜ୍ୟରେ ଶତପ୍ରତିଶତ ପିଏସୟୁ ହୋଇ ଉପରୋକ୍ତ ସଂପର୍କୀୟ ତଥ୍ୟ ଏହି ବିଭାଗକୁ ଯୋଗାଇଥାଏ । ତେଣୁ ପଟ୍ଟାଦାରୱାରୀ ଏକ ତୁଳନାତ୍ମକ ବିବରଣୀ ଦେବା ସମ୍ଭବ ହେଉନାହିଁ ବୋଲି ମନ୍ତ୍ରୀ କହିଥିଲେ ।

Share in top social networks!