ସରକାରୀ ମେଡିକାଲ କଲେଜର ବିକାଶ ପାଇଁ ୫ଶହ କୋଟି ଟଙ୍କାର ପ୍ଳାନ ହୋଇଛି –ସ୍ୱାସ୍ଥ୍ୟମନ୍ତ୍ରୀ

download
ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଗୁଡିକର ବିକାଶ ପାଇଁ ୫୦୦ କୋଟି ଟଙ୍କାର ମାଷ୍ଟରପ୍ଳାନ ପ୍ରସ୍ତୁତ କରାଯାଇଛି । ଏବଂ ଏଲଏନଟି କମ୍ପାନୀ ଏହି କାର୍ଯ୍ୟ କରିବାକୁ ହାତକୁ ନେଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ବିଧାନସଭରେ ପ୍ରକାଶ କରିଛନ୍ତି । ମୂଳ ପ୍ରଶ୍ନକର୍ତ୍ତା ରଣେନ୍ଦ୍ର ପ୍ରସାଦ ସ୍ଵାଇଁ ଏବଂ ସଭ୍ୟ ସର୍ବଶ୍ରୀ ଡଃ ବିଭୁତି ଭୂଷଣ ହରିଚନ୍ଦନ,ଡଃ ପ୍ରମୋଦ ମଲ୍ଲିକ,ଡଃ ନୃସିଂହ ଚରଣ ସାହୁ ଆଦିଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନାୟକ ଗୃହରେ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଯେ ବିଭିନ୍ନ ମେଡିକାଲ କଲେଜରେ ଥିବା ଆଶୁଚିକିତ୍ସା ବିଭାଗର ସଂପ୍ରସରଣ ଓ ଆଧୁନିକରଣ ସଂପର୍କରେ ସଭ୍ୟମାନେ ଯେଉଁ ଦାବୀ କରିଛନ୍ତି ସେ ଦିଗରେ ଗୁରୁତ୍ଵ ଦିଆଯାଇ ପଦକ୍ଷେପ ନିଆଯିବ । ଏବଂ ବହୁତ ବିଭାଗରେ କାର୍ଯ୍ୟ ହେବ ବୋଲି ଶ୍ରୀ ନାୟକ ପ୍ରଶ୍ନର ଉତ୍ତର ଦେଇଥିଲେ ।

Share in top social networks!