ମୌସୁମୀ ଆସନ୍ତା ଦୁଇଦିନ ମଧ୍ୟରେ ଓଡିଶା ଉପକୂଳ ଛୁଇଁବା ସମ୍ଭାବନା

50865ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଦୁଇଦିନ ମଧ୍ୟରେ ଓଡିଶା ଉପକୂଳ ଛୁଇଁବ ବୋଲି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପଶ୍ଚିମ ଓଡିଶାର ଟିଟିଲାଗଡ ୪୨.୫ ଡିଗ୍ରୀ ହେଉଛି ଆଜିର ସବୁଠାରୁ ଉତ୍ତପ୍ତ ସହର । ରାଜ୍ୟର ଅନ୍ୟ ସହରର ତାପମାତ୍ରା ମଧ୍ୟ ହସ୍ତଗତ ହୋଇଛି ,ସେଗୁଡିକ ହେଲା –ଭବାନୀପାଟଣା(୪୨.୨),ତାଳଚେର(୪୧) ,ସୁନ୍ଦରଗଡ(୪୦.୫),ହୀରାକୁଦ(୪୦.୨),ଭୁବନେଶ୍ଵର(୪୦.୭) , ଚାନ୍ଦବାଲି ଓ କଟକ ଉଭୟ ୪୦ ଡିଗ୍ରୀ ସେଲସିୟସ ରହିଛି ।

Share in top social networks!
Powered By Indic IME