ରାଜ୍ୟ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକଙ୍କ କାର୍ଯ୍ୟଭାର ଗ୍ରହଣ

MAP-14ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ବରିଷ୍ଠ ଓ.ଏ.ଏସ୍ ଅଫିସର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଲେ ଯେ ସୂଚନା ଓ ଲୋକସମ୍ପର୍କ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ସମସ୍ତ ଅଧିକାରୀ ଓ କର୍ମଚାରୀମନେ ନିଜର ଦାୟିତ୍ଵକୁ ସୂଚାର ରୂପେ ପାଳନ କଲେ ରାଜ୍ୟରେ ବିଭାଗର ସୁନାମ ହୋଇପାରିବ । ବିଦାୟୀ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ଦାସ ତାଙ୍କର କାର୍ଯ୍ୟକାଳ ଭିତରେ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଭଗବାନ ନନ୍ଦ,ଯୁଗ୍ମନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀ ନିରଞ୍ଜନ ସେଠୀ,ଉପଶାସନ ସଚିବ ଶ୍ରୀ ବିରେନ୍ଦ୍ର କୋର୍କରା,ଉପନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ ,ଉପବିଭାଗ ଅଧିକାରୀ,ସହକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀମନେ ଯୋଗଦେଇଥିଲେ ।

Share in top social networks!
Powered By Indic IME