ସାନନ୍ଦ ମରାଣ୍ଡି ହେଲେ ପଞ୍ଚଦଶ ବିଧାନସଭାର ଉପବାଚସ୍ପତି

50844ବିଜେଡ଼ି ବିଧାୟକ ସାନନ୍ଦ ମାରାଣ୍ଡି ଆଜି ସର୍ବସମ୍ମତି କ୍ରମେ ବାଚନିକ ଭୋଟ ମାଧ୍ୟମରେ ପଞ୍ଚଦଶ ବିଧାନସଭାକୁ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ସାନନ୍ଦ ମାରାଣ୍ଡିଙ୍କ ନାମକୁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ । ପରେ ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସମର୍ଥନ କରିଥିଲେ । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରଥମେ ଶୁକ୍ରବାର ଦିନ ମରାଣ୍ଡିଙ୍କ ନାମକୁ ପଞ୍ଚଦଶ ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ।

Share in top social networks!