ଦୂତି ଚାନ୍ଦଙ୍କୁ ଦୁଇଟି ସ୍ଵର୍ଣ୍ଣ

50841ଓଡିଆ ଝିଅ ଦୂତି ଚାନ୍ଦ ଚାଇନିଜ୍ ତାଇପେଇରେ ଆୟୋଜିତ ଏସୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଦୁଇଟି ସ୍ଵର୍ଣ୍ଣ ପଦକ ଜିତି ନେଇଛନ୍ତି । ପ୍ରତିଯୋଗିତାର ଶେଷ ଦିନରେ ଦୂତି ମାତ୍ର ଦେଢ ଘଣ୍ଟା ଭିତରେ ଦୁଇଟି ବର୍ଗର ପ୍ରଥମ ସ୍ଥାନରେ ରହି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ରବିବାର ଅପରାହ୍ନରେ ଅନୁଷ୍ଠିତ ୨୦୦ମିଟର ଦୌଡରେ ଏହି ଯାଜପୁର ଝିଅ ୨୩.୭୪ ସମୟ ନେଇ ବ୍ୟକ୍ତିଗତ ଭାବେ ଓ ୨୦୦ ମିଟରରେ ଭାରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ହାସଲ କରିନେଇଥିଲେ । ଏହାପୂର୍ବରୁ ସେ ଏହି ବିଭାଗର ଯୋଗ୍ୟତା ପର୍ଯ୍ୟାୟର ୨୦୦ମିଟର ଦୂରତାକୁ ଦୂତି ୨୩.୫୭ ସେକେଣ୍ଡ ସମୟରେ ଅତିକ୍ରମ କରିଥିଲେ । ଯାହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଦୌଡରାଣୀ ଦୂତି ୧୦୦ମିଟର ଦୌଡରେ ମଧ୍ୟ ସ୍ଵର୍ଣ୍ଣ ପଦକ ଜିତିବାର ସମ୍ଭାବନା ଥିଲା । ହେଲେ ଭିସା ମିଳିବାରେ ବିଳମ୍ବ ହେବାରୁ ଏଥିରେ ଦୁର୍ଭାଗ୍ୟଜନକ ଭାବେ ନେଇ ପାରି ନ ଥିଲେ । ତାଙ୍କର ଏହି ସଫଳତା ଲାଗି ଓଡିଶା ଅଲମ୍ପିକ ଓ ଆଥଲେଟିକ୍ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ଦୂତିଙ୍କ ଏହି ଆନ୍ତର୍ଜାତୀୟ ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!