ଆଜିଠାରୁ ଓଜେଇଇ କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ

50840ବି-ଟେକ୍ ରେ ନାମ ଲେଖାଇବା ଲାଗି ଲଟେରାଲ ଏଣ୍ଟ୍ରି ଛାତ୍ରଛାତ୍ରୀଙ୍କ ଅନଲାଇନ୍ ରେଜିଷ୍ଟ୍ରେସନ ସୋମବାର ଠାରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ www.ojee.nic.in ରେ ନିଜ ନାମ ପଞ୍ଜୀକୃତ କରିବେ । ଏହା ପରେ କାଉନ୍ସେଲିଂ ପାଇଁ ଜଣେ ଯୋଗ୍ୟ ବିବେଚିତ ହେବେ । ଏବେ ନାମ ପ୍ଞ୍ଜୀକୃତ କରିବା ପରେ ରାଙ୍କ୍ ଓ ବ୍ରାଞ୍ଚ ଅନୁଯାୟୀ ପସନ୍ଦିତ କଲେଜରେ ଚଏସ୍ ଫିଲିଂ କରିବାକୁ ହେବ । ଏହପରେ ଡକୁମେଣ୍ଟ ଯାଞ୍ଚ ଓ ସିଟ ଆଲଟମେଣ୍ଟ ହେବ । ଚଳିତ ବର୍ଷ ୯୮ଟି ଡିଗ୍ରୀ କଲେଜରେ ରହିବା ୨୭,୨୭୬ଟି ସିଟ ପାଇଁ ଲ୍ୟାଟେରାଲ ଏଣ୍ଟ୍ରି ନାମ ଲେଖା ହେବ । ଏଥର ୧୦ଟି ସରକାରୀ କଲେଜରେ ୮୦୧ଟି ସିଟ, ୮୮ଟି ବେସରକାରୀ କଲେଜରେ ଥିବ ୨୬୪୭୫ ସିଟରେ ନମ ଲେଖା ହେବ । ସେହିପରି ଜୁନ ୨୦ରୁ ଏମ୍-ଟେକ୍ ଓ ଏମ୍ ଫାର୍ମା ଲାଗି କାଉନସେଲିଂ ଆରମ୍ଭ ହେବାକୁ ଥିବାବେଳେ ୨୬ରେ ଏମବିଏ,ଏମସିଏ ,ପିଜିଡ଼ିଏମ ଲାଗି କାଉନସେଲିଂ ଆରମ୍ଭ ହେବ । ଏଥିପାଇଁ ୨୫ଟି ନୋଡାଲ ସେଣ୍ଟର ଖୋଲାଯିବ ବୋଲି ଜଣାପଡିଛି ।

Share in top social networks!