ଓଡିଆ ଭାଷା ଦିବସ ପାଳନ ପାଇଁ ଦ୍ଵିତୀୟ ଜାତୀୟ ଓଡିଆ ସମ୍ମିଳନୀରେ ଦାବୀ

convention (2)
ନୂଆଦିଲ୍ଲୀଠାରେ ଅଗ୍ରଣୀ ଓଡିଆ ଅନୁଷ୍ଠାନ ପଲ୍ଲୀବାଣୀ ମିଶନ ପକ୍ଷରୁ ସ୍ଥାନୀୟ କନଷ୍ଟିଚ୍ୟୁସନ କ୍ଳବରେ ଆୟୋଜିତ ଦ୍ଵିତୀୟ ଜାତୀୟ ଓଡିଆ ସମ୍ମିଳନୀରେ “ଓଡିଆ ଭାଷା ଦିବସ ପାଳନ କରିବାକୁ ସରକାରଙ୍କ ଉଦ୍ଦେଶ୍ୟରେ ଦାବି କରାଯାଇଛି । ଓଡିଆ ଭାଷା ଦିବସ ପାଳନର ପ୍ରାସଙ୍ଗିକତା ଉପରେ ଆଲୋଚନା କରି ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ବୈଷ୍ଣବ ଚରଣ ପରିଡା,ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଭାରତର ପୂର୍ବତନ ଶିକ୍ଷା ସଚିବ ଅରୁଣ କୁମାର ରଥ ,ଏନଟିପିସି ର ନିର୍ଦ୍ଦେଶକ କୁଳମଣି ବିଶ୍ଵାଳ ପ୍ରମୁଖ ବକ୍ତାମାନେ ପଲ୍ଲୀବାଣୀ ମିଶନ ଦ୍ଵାରା ଆରମ୍ଭ ଏହି ଅଭିଯାନକୁ ସମର୍ଥନ କରି ପ୍ରତିବର୍ଷ ଓଡିଶା ଦିବସ ପାଳନ କରିବାକୁ ସରକାରଙ୍କ ଉଦ୍ଦେଶ୍ୟରେ ଦାବି କରିଥିଲେ । ଏହି ସଭାରେ ଶ୍ରୀ ନଗେନ୍ଦ୍ର ନାଥ ମହାନ୍ତି ଏବଂ ତ୍ରିନାଥ ବେହେରାଙ୍କୁ ମର୍ଯ୍ୟାଦାଜନକ ପଲ୍ଲୀଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

Share in top social networks!