ଏକ ଯୌଥ ଉଦ୍ୟୋଗ କମ୍ପାନୀ ଗଠନ ନିମନ୍ତେ ଓପିଟିସିଏଲ୍ ଓ ପିଜିସିଆଇଏଲ୍ ମଧ୍ୟରେ ରାଜିନାମା ସ୍ଵାକ୍ଷରିତ

ଏକ ଯୌଥ ଉଦ୍ୟୋଗ କମ୍ପାନୀ ଗଠନ ନିମନ୍ତେ ଗଠନ ନିମନ୍ତେ ପାୱାର ଗ୍ରୀଡ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ଓ ଓଡିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ମଧ୍ୟରେ ଏକ ରାଜିନାମା ସ୍ଵକ୍ଷାରିତ ହୋଇଛି | ଓଡିଶାରେ ଟ୍ରାନ୍ସମିସନ୍ କ୍ଷେତ୍ରରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହି ଉଦ୍ୟୋଗ କାର୍ଯ୍ୟ କରିବ | ଦ୍ଵାଦଶ ପଞ୍ଚବାର୍ଷିକଯୋଜନାରେ ଟ୍ରାନ୍ସମିସନ୍ କ୍ଷେତ୍ରରେ ପ୍ରାୟ ୧୦-୨୦ ହଜାର କୋଟି ଟଙ୍କା ବିନିଯୋଗ ଆର ଆବଶ୍ୟକତା ପଡିବ | ଆର୍ଥିକ ଦୃଷ୍ଟିରୁ ଓପିଟିସିଏଲ୍ ଏତେ ଅର୍ଥ ବିନିଯୋଗ କରିପାରିବ ନହିଁ |

odisha-map14ଏହା ସହିତ ବୈଷୟିକ କ୍ଷେତ୍ରରେ ପିଜିସିଆଇଏଲ୍ ସମଗ୍ର ବିଶ୍ଵରେ ଦ୍ଵିତୀୟ ସ୍ଥାନରେ ରହିଛି | ଉଭୟ ବୈଷୟିକ ଓ ଆର୍ଥିକ ସହାୟତା ଯୌଥ ଉଦ୍ୟୋଗ ମାଧ୍ୟମ ରେ ସମ୍ଭବ ହୋଇପାରିବ | ଆଗାମୀ ଦିନରେ ଓଡିଶାରେ ଶକ୍ତି ଚାହିଦା ହାରାହାରି ୬ ହଜାର ମେଗାୱାଟ୍ରେ ପହଞ୍ଚିବ | ୨୦୧୪ ସୁଦ୍ଧା ପାଞ୍ଚଟି ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ରମ ହେବା ଫଳରେ ଶକ୍ତି ଚାହିଦା ଭରଣା ହୋଇପାରିବ | ତେବେ ଉତ୍ପାଦିତ ଶକ୍ତିର ଟ୍ରାନ୍ସମିସନ୍ ପାଇଁ ବ୍ୟବସ୍ଥା ର ଉନ୍ନତି କରଣ ଏକାନ୍ତ ଆବଶ୍ୟକ | ଏହି ପରିପ୍ରେକ୍ଷୀ ରେ ଏହି ଯୌଥ କମ୍ପାନୀ ସହାୟକ ହୋଇପାରିବ ବୋଲି ଶକ୍ତି ସଚିବ ପ୍ରଦୀପ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି | ଜାନୁଆରୀ ୫ ତାରିଖ ପୂର୍ବରୁ କମ୍ପାନୀ ରେଜିସ୍ଟ୍ରେଶନ୍ କରାଯିବ ଏବଂ ଏ ଭଳି ଉଦ୍ୟମ ଭାରତରେ ପ୍ରଥମ ବୋଲି ସୂଚନା ଦେଇ ଶକ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ ଭବିଷ୍ୟତରେ ଟ୍ରାନ୍ସମିସନ୍ କ୍ଷେତ୍ରରେ ବହୁ ସୁଧାର ଆସିବ ବୋଲି କହିଥିଲେ |

ଶକ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ ଓପିଟିସିଏଲ୍ ର ସିଏମ୍ଡ଼ି ଆର୍. କେ.ସିଂ ଙ୍କ ଉପସ୍ଥିତି ରେ ଓପିଟିସିଏଲ୍ ପକ୍ଷରୁ ଅର୍ଥ ନିର୍ଦେଶକ ବିଭୁ ପ୍ରସାଦ ମହାପାତ୍ର ଓ ପିଜିସିଆଇଏଲ୍ ପକ୍ଷରୁ ନିର୍ବାହୀ ନିର୍ବାହୀ ନିର୍ଦେଶକ ଅରୁଣ କୁମାର ରାଜିନାମା ସ୍ଵାକ୍ଷର କରିଥିଲେ | ଉଲ୍ଲେଖ ଯୋଗ୍ୟ ଯେ, ଏହି କମ୍ପାନିରେ ଉଭୟ ଓପିଟିସିଏଲ୍ ଓ ପିଜିସିଆଇଏଲ୍ ର ୫୦:୫୦ ପ୍ରତିଶତ ଅଂଶଧନ ରହିବ |

Share in top social networks!