ନୂଆଦିଲ୍ଲୀରେ ରାଜାପର୍ବ ଅବସରରେ “ଦି ଇଣ୍ଟେଲେକ୍ଟସ”ର ହାର୍ଦ୍ଦିକ ଅଭିନନ୍ଦନ

SAM_7489ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ “ଦି ଇଣ୍ଟେଲେକ୍ଟସ”ରଜପର୍ବକୁ ଏକ ଭିନ୍ନ ବାତାବରଣ ମଧ୍ୟରେ ପାଳନ କରିଛି । ଏହି ବୁଦ୍ଧିଜୀବୀ ଫୋରମ ଓଡିଆ ଭାଷା,ସଂସ୍କୃତି ଓ ସାହିତ୍ୟଲ୍କୁ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଚାର ଓ ପ୍ରସାର କରିବା ପାଇଁ ଅନବରତ କାମକରୁଅଛି ।ଏଣୁ ଓଡିଶାର ଏହି ଆନନ୍ଦର ପର୍ବକୁ ତାର ଭାଷା ସୁରକ୍ଷା କାର୍ଯ୍ୟକ୍ରମ “ଆସ ଶିଖିବା ଆମରି ଭାଷା” ର ଏକ ନୂତନ କେନ୍ଦ୍ର ପ୍ରତିଷ୍ଠା କରି ପାଳନ କରିଛି । ଇତ୍ୟ ଅବସରରେ ଆଇଟି ଡିସି ନିର୍ଦ୍ଦେଶକ ଶ୍ରୀଯୁକ୍ତ ତ୍ରିନାଥ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଇତ୍ୟ ଅବସରରେ ଶ୍ରୀମତୀ ପଙ୍କଜମାଳା ଷଡଙ୍ଗୀ ଓ ଶ୍ରୀଯୁକ୍ତ ସଞ୍ଜୟ କୁମାର ପରିଡାଙ୍କୁ ଆସ ଶିଖିବା କାର୍ଯ୍ୟକ୍ରମରେ ବିଶେଷ ଅବଦାନ ପାଇଁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକର୍ମକୁ ଆଦିତ୍ୟ ମହାନ୍ତି,ଭକ୍ତବନ୍ଧୁ ନାୟକ,ପ୍ରେମାନନ୍ଦ ସ୍ଵାଇଁ ,ନିର୍ମଳ ଧଳ,ଦେବରାଜ ମହାନ୍ତି,ସ୍ମୃତିଧାରା ରାଉତ,ପ୍ରାଚି ଦାଶ,ସୁଶୀଲ କୁମାର ବେହୁରା,ଅକ୍ଷୟ କୁମାର ବିଶ୍ଵାଳ ତଥା ସଂଗଠନର ଅନ୍ୟ ସଭ୍ୟମାନେ ସଫଳ ଭାବରେ ପରିଚାଳନା କରିଥିଲେ ।

Share in top social networks!