ଭୁବନେଶ୍ଵର ମହିଷାଖାଲ ଓ ପଥରବନ୍ଧ ରାଜୀବ ଆବାସ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପରାମର୍ଶ

MAP-9
ଭୁବନେଶ୍ଵର ମହାନଗର ନିଗମ ଅନ୍ତର୍ଗତ ମହିଷାଖାଲ ଓ ପଥରବନ୍ଧ ଠାରେ ଶୁଭାରମ୍ଭ ହୋଇଥିବା ରାଜୀବ ଆବାସ ଯୋଜନାରେ ବସ୍ତି ବନ୍ଦୋବସ୍ତ କ୍ରଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପିନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ସମସ୍ତ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟ ବିଧାନସଭା କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉପରୋକ୍ତ ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଶ୍ରୀ ଅଶୋକ କୁମାର ପଣ୍ଡା ମହିଷାଖାଲ ରାଜୀବ ଆବାସ ଯୋଜନା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଭୁବନେଶ୍ଵର ମଧ୍ୟ ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି ଶହୀଦନଗର ଶାନ୍ତିପଲ୍ଲୀଠାରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ । ବିଏମସି ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା,ଡେପୁଟି ମେୟର ଶ୍ରୀମତୀ କେ.ଶାନ୍ତି,କମିଶନର ତଥା ଶାସନ ସଚିବ ଶ୍ରୀ ଜି.ମଥିଭାଥନନ୍,ବିଏମସି କମିଶନର ଡଃ କିଶନ କୁମାର,ଗୃହ ଓ ନଗର ଉନ୍ନୟନ ବିଭାଗ ଉପଶାସନ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା,ବିଡିଏ,ବିଏମସି,ସେସୁ ଆଦି ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!