ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ ; ଓଡିଶାରୁ ୨୦ ସଫଳ ,୭ମ ସ୍ଥାନରେ ଅନୁଗୁଳର ଚଞ୍ଚଲ

50750୨୦୧୩ବର୍ଷର ମୋଟ ସଫଳ ପ୍ରତିଯୋଗୀଙ୍କ ସଂଖ୍ୟା ୧୧୨୨ । ତା’ ଭିତରେ ଓଡିଶାରେ ଅଛନ୍ତି ୨୦ ଜଣ । ଅର୍ଥାତ ,ରାଜ୍ୟରେ ମୋଟ ସଫଳତା ହାର ମାତ୍ର ୧.୮ପ୍ରତିଶତ । ଏହା ହେଉଛି, ସର୍ବଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷାରେ ଓଡିଶାର ସ୍ଥିତି । ବିଗତ ୩ ବର୍ଷର ରେକର୍ଡ କୁ ମିଳାଇ ଦେଖିଲେ ବି ମିଳେ ସମାନ ଚିତ୍ର । ୨୦୧୨ରେ ମୋଟ ୯୯୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଓଡିଶାର ଥିଲେ ୧୫ ଜଣ । ୨୦୧୧ ରେ ୯୧୦ ପ୍ରତିଯୋଗୀଙ୍କ ମଧ୍ୟରୁ ଓଡିଶାର ଥିଲେ ୧୩ଜଣ । ୨୦୧୦ ରେ ମୋଟ ୯୦୦ ଜଣଙ୍କ ମଧ୍ୟରୁ ଥିଲେ ମାତ୍ର ୧୫ ଜଣ ଓଡିଆ । ନାଲୋକର ସିପିପି ରେ ସିନିୟର ମ୍ୟାନେଜର ଭାବେ କାର୍ଯ୍ୟରତ ଅନିଲକାନ୍ତ ରଣାଙ୍କ ଜ୍ୟେଷ୍ଠ ପୁତ୍ର ଚଞ୍ଚଲ୍ ରଣା ଚଳିତ ବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

Share in top social networks!