ରଞ୍ଜିତା ନାୟକଙ୍କୁ ‘ଗୋକର୍ଣିକା ପୁରସ୍କାର’

MAP-15ଗୋକର୍ଣିକା ସାହିତ୍ୟ ସମାଜର ୩୯ ତମ ସମାବର୍ତ୍ତନ ଉତ୍ସବ ଜାରକାସ୍ଥିତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ ରାଜ୍ୟ ଶକ୍ତି ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପ୍ରଣବ ଦାସ ଉଦ୍ଘାଟନ କରିଥିଲେ । ଅନୁସ୍ଥ୍ନର ସଭାପତି ଡ.ପୁରୁଷୋତ୍ତମ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଔପନାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ,ସମ୍ମାନିତ ଅତିଥିଭାବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇଥିଲେ । ରଞ୍ଜିତା ନାୟକଙ୍କୁ ଦଶହଜାର ଟଙ୍କା, ମାନପତ୍ର ସହ ଚଳିତ ବର୍ଷର ଗୋକର୍ଣିକା ପୁରସ୍କାର ପ୍ରଦାନ କରାଯାଇଥିଲା ।

Share in top social networks!