ଏଥର ରଜରେ ଦ୍ଵିମୁଖୀ ଟକ୍କର

images
ପ୍ରତିବର୍ଷ ଇଂରାଜୀ ନୂଆବର୍ଷ,ରଜ ଏବଂ ଦଶହରାରେ ଓଡିଆ ଦର୍ଶକ ଏକାଧିକ ଓଡିଆଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଆନ୍ତି । ରଜ ସମୟରେ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଅଧିକ ଆଗ୍ରହ ରହୁଥିବାରୁ ପ୍ରଯୋଜକ ମାନେ ଏହି ସମୟକୁ ଗୁରୁତ୍ଵ ଦେଇଥାନ୍ତି । ଏଥରକ ଚାରିଟି ଚଳଚ୍ଚିତ୍ର ରଜ ମଇଦାନକୁ ଆସିବାର ସମ୍ଭାବନା ଥିଲା । ହେଲେ କେତେଜଣ ପ୍ରଯୋଜକ ରିଲିଜରୁ ନିବୃତ୍ତ ରହିଛନ୍ତି । କିନ୍ତୁ ଏଥର ରଜରେ ଦର୍ଶକ ଦୁଇଟି ଫିଲ୍ମ ଦେଖିବାର ସୁଯୋଗ ପାଇବେ । ଜୁନ ୧୩ରେ ସାର୍ଥକ ବ୍ୟାନରରେ ‘ଗୋଲପି ଗୋଲାପି’ମଇଦାନକୁ ଆସୁଥିବା ବେଳେ ୧୪ରେ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ ବ୍ୟାନରରେ ଆସୁଛି ‘ସମଥିଙ୍ଗ ସମଥିଙ୍ଗ-୨’ । ଆଶା କରାଯାଉଛି ଯେ ଦୁଇଟି ଫିଲ୍ମ ମଧ୍ୟରେ ଜବରଦସ୍ତ ଟକ୍କର ହେବ ।

Share in top social networks!