ଓଡିଆ ଆଇଏଏସ୍ ମୋଦିଙ୍କ ଅତିରିକ୍ତ ପ୍ରମୁଖ ସଚିବ

download
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଅବସରପ୍ରାପ୍ତ ଆଇଏଏସ ପି.କେ. ମିଶ୍ର ନିଯୁକ୍ତି ପାଇଛନ୍ତି । ୧୯୭୨ମସିହା ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ ଭାବେ ଯୋଗଦେଇଥିଲେ । ସ୍ନାତକୋତ୍ତର ଦ୍ଵିତୀୟ ବର୍ଷ ଅଧ୍ୟୟନ କରୁଥିବା ବେଳେ ପ୍ରଥମ ସୁଯୋଗରେ ଭାରତୀୟ ପ୍ରଶାସନିକ ସେବାରେ ସଫଳ ହୋଇଥିଲେ । ସେ କେନ୍ଦ୍ର କୃଷି ସଚିବ ଭାବେ ୨୦୦୮ରେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଅବସର ଗ୍ରହଣ କରିଥିଲେ । ସମ୍ବଲପୁର ମାଟିର ପୁଅ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଚିବ ରୂପେ ଅବସ୍ଥାପିତ ହୋଇଛନ୍ତି । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରଯାଇଥିଲା ।

Share in top social networks!