ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ଜେ.କେ ପେପର ମିଲ୍ସ ପ୍ରତିନିଧି ମଣ୍ଡଳୀଙ୍କ ସୌଜନ୍ୟମୂଳକ ସାକ୍ଷାତ

50678ଆଜି ଅପରାହ୍ନରେ ଶିଳ୍ପମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସଚିବାଳୟ ସ୍ଥିତ ପ୍ରକୋଷ୍ଠରେ ଜେ.କେ ପେପର ମିଲ୍ସର ଉପାଧ୍ୟକ୍ଷ ତଥା ଏମ୍ ଡି ଶ୍ରୀ ହର୍ଷପତି ସିଙ୍ଘାଣିଆ ,ଡବ୍ଲ୍ୟୁ ଟି ଡି ଶ୍ରୀ ଓ. ପି .ଗୋୟେଲ ଏବଂ ଜେକେ ପେପର ମିଲ୍ସର ଅଧ୍ୟକ୍ଷ ଶ୍ରୀ ଏ.ଏସ୍ ମେହେଟ୍ଟା ପ୍ରମୁଖ ଏକ ସୌଜନ୍ୟମୂଳକ ସାକ୍ଷାତକ୍ରମରେ ମନ୍ତ୍ରୀଙ୍କୁ ଭେଟିଥିଲେ । ଏଥିରେ ରାୟଗଡା କାରଖାନାର ସଂପ୍ରସାରଣ,କଞ୍ଚାମାଲର ଅସୁବିଧା,ରାଜ୍ୟସରକାରଙ୍କ ଶିଳ୍ପନୀତିରେ ଆବଶ୍ୟକୀୟ ସୁବିଧା ସୁଯୋଗ ପାଇଁ ସେମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବିଭାଗୀୟ ଅଧିକାରୀ ତଥା ସମ୍ପୃକ୍ତ ବିଭଗା ଗୁଡିକ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

Share in top social networks!