ଶିଳ୍ପ ଓ ଖଣି ମନ୍ତ୍ରୀଙ୍କ ସହ ଭିସା ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ଆଲୋଚନା ‘

50273ଆଜି ଅପରାହ୍ନରେ ସଚିବାଳୟସ୍ଥ ଶିଳ୍ପ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କଲିକତା ଭିସା ଷ୍ଟିଲ୍ ଲିମିଟେଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ଵମ୍ବରସରଣ ଓ ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଶାଲ ଅଗ୍ରୱାଲ ସାକ୍ଷାତ କରି ଆଠଗଡ ଓ କଳିଙ୍ଗ ନଗରରେ ଭିସା ପାୱାର ପ୍ଲାଣ୍ଟ ଓ ଭିସା ଷ୍ଟିଲ୍ ଉତ୍ପାଦନ ସମ୍ପର୍କରେ ଆଲୋଚନା କରିଥିଲେ । କଞ୍ଚାମାଲ ଯୋଗାଣ ଓ ପ୍ଲାଣ୍ଟର ଅଗ୍ରଗତି ସମ୍ପର୍କରେ ଶିଳ୍ପ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପୂର୍ବରୁ ସେମାନେ ଇସ୍ପାତ ଓ ଖଣିମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଥିଲେ । ପ୍ଲାଣ୍ଟର କାର୍ଯ୍ୟକ୍ରମକୁ ଶିଳ୍ପ ବିଭାଗ ଜରିଆରେ ତ୍ୱରାନ୍ୱିତ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ଶ୍ରୀ ମିଶ୍ର ଭିସା ଷ୍ଟିଲ୍ ଲିମିଟେଡ୍ ର କର୍ତ୍ତୃପକ୍ଷଙ୍କୁ କହିଥିଲେ ।

Share in top social networks!