ମାଓ କମାଣ୍ଡର ଘାସି ଦୋଷୀ ସାବ୍ୟସ୍ତ ୧୦ବର୍ଷ ଜେଲ ଦଣ୍ଡ ଏବଂ ୨୦ହଜାର ଟଙ୍କା ଜୋରିମନା

Ghasi1
କୋରପୁଟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ମହାନ୍ତି ଏକ ମାମଲାର ବିଚାର କରି ସିପିଆଇ ମାଓବାଦୀ ପାର୍ଟିର କମାଣ୍ଡର ଘାସି ଓରଫ ଚେଣ୍ଡା ଭୂଷଣ ଓରଫ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ ଓ ୨୦ହଜାର ଟଙ୍କା ଜୋରିମନା ଦେଶ ଦେଇଛନ୍ତି । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ତଥା ବେଆଇନ ଘୋଷିତ ମାଓବାଦୀ ସଂଗଠନର ସଦସ୍ୟ ଥିବା ଅଭିଯୋଗ ସାବ୍ୟସ୍ତ ହେବାପରେ ଦଣ୍ଡବିଧାନ କରାଯାଇଛି । ମାନ୍ୟବର ଅଦାଲତ ମାଓବାଦୀ ଘାସିକୁ ତିନୋଟି ଦଫାରେ ଦଣ୍ଡିତ କରିଛନ୍ତି ଯଥା-ଦଫା ୨୭ ଅଫ ଅରମ୍ସ ଆକ୍ଟ,୧୭ କ୍ରୀମିନାଲ ଲ ଆମେଣ୍ଡମେଣ୍ଟ ଆକ୍ଟ,ଓ ୨୦ଅନ ଲ ଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟ । ଆରମ୍ସ ଆକ୍ଟ ଯୋଗେ ୬ମାସ କାରାଦଣ୍ଡ ଏବଂ ୫ହଜାର ଟଙ୍କା ଜୋରିମନାଏବଂ ଅନ୍ୟସବୁ ଧାରା ପାଇଁ କାରାଦଣ୍ଡ ମାନ ସେ ଭୋଗିବେ ।

Share in top social networks!