+୩ ନାମଲେଖା ପ୍ରକ୍ରିୟା ଆରମ୍ଭ

MAP-14ଆଜିଠାରୁ ରାଜ୍ୟର ୭୦୧ ଟି ଡିଗ୍ରୀ କାଳେଯରେ ଥିବା ୧,୫୧,୨୯୪ଟି ସିଟରେ ନାମ ଲେଖାଇବା ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଅନଲାଇନରେ ୧୧,୨୬୭ଜଣ ଆବେଦନ କରିଛନ୍ତି । ଅନଲାଇନରେ ଆବେଦନର ଶେଷ ତାରିଖ ଜୁନ୍ ୨୧ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଅଟେ । ଏବଂ ଅଫଲାଇନରେ ଆବେଦନର ଶେଷ ତ୍ରୀଖା ହେଉଛି ଜୁନ ୨୩ ତାରିଖ । ଅନଲାଇନରେ ଆବେଦନ କରିଥିବା ଛାତ୍ରଛାତ୍ରୀ ସେମାନଙ୍କର କମନ ଆପ୍ଲିକେସନ ଫର୍ମ,ଡକୁମେଣ୍ଟ ଓ ଫି ନେଇ ଜୁନ ୨୩ତାରିଖ ସୁଦ୍ଧା ଯେକୌଣସି ଏସ୍ଆରସି ରେ ଜମା କରିବାକୁ ହେବ । ଜୁଲାଇ ୧ରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୭ରୁ୧୦ ମଧ୍ୟରେ ଏମନଙ୍କର ନାମ ଲେଖାହେବ । ଦ୍ଵିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ୧୫ରେ ପ୍ରକାଶ ପାଇବ । ନାମଲେଖା ଜୁଲାଇ ୧୯ରୁ୨୨ ମଧ୍ୟରେ ହେବ । ଏସସି/ଏସଟି ବର୍ଧିତ ସିଟରେ ନାମଲେଖ ଜୁଲାଇ ୨୪ରୁ ଆରମ୍ଭ ହେବ । ଜୁଲାଇ ୨୬ରେ ସ୍ପଟ ଆଡମିସନ ପାଇଁ ତାଲିକା ପ୍ରକାଶ ପାଇବ । ଜୁଲାଇ ୩୦ରେ ବାଲାନ୍ସ ସିଟରେ ନାମ ଲେଖା ହେବ । ଜୁଲାଇ ୩୧ ରୁ ପାଠପଢା ଆରମ୍ଭ ହେବ ।

Share in top social networks!