ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉଶ୍ଚବର ଦ୍ଵିତୀୟ ଦିବସରେ ବିଦେଶୀ ନୃତ୍ୟ ସିଳ୍ପୀଙ୍କର ଚମତ୍କାର ପରିବେଷଣ

DSC_6458ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ଏବଂ ଓଡିଶୀ ଗବେଷଣା କେନ୍ଦ୍ର ଦ୍ଵାରା ନିବେଦିତ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉଶ୍ଚବ ର ଆଜି ଥିଲା ଦ୍ଵିତୀୟ ଦିବସ | ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା ଏକ ସ୍ଵତନ୍ତ୍ର ଅଧିବେଶନ ଯେଉଁଥିରେ ବିଦେଶୀ ଓଡିଶୀ ନୃତ୍ୟଶିଳ୍ପୀ ମାନଙ୍କର କାର୍ଜ୍ୟକ୍ରମ ପରିବେଷଣ କରଯାଇଥିଲା | ଯାପନର ୱକି ସାଟୋ ଓ ଏଈକୋ ସିନୋହାରା, ରସିଆର ଏଲନୋରା ୱାକନୋଭା ଏବଂ ଆଞ୍ଜେଲିନା ୱାକନୋଭା, ୱେଷ୍ଟଷ୍ଟିଣ୍ଡିଜ ର ବିନୋଦ କେଭିନ୍ ବଚନ, ରସିଆର ଏଲିନା ନାଭେଜା ଏବଂ ଆମେରିକାର ଗାର୍ଗୀ ଚଟୋପାଧ୍ୟାୟଙ୍କର ଓଡିଶୀ ନୃତ୍ୟ ପରିବେଷଣ ଅତି ଉଚକୋଟିର ଥିଲା | ଅପରାହ୍ନ ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବାଙ୍ଗାଲୋରର ନୃତ୍ୟାନ୍ତର ଗ୍ରୁପ ର ଓଡିଶୀ ନୃତ୍ୟ ଧାୟୀ ସୁବର୍ଣ୍ଣା ବର୍ଣ୍ଣା ଯେଉଁଥିରେ ଏସଇଏମଏଏଏନଇ ଦୂର୍ଗାଙ୍କର ରୂପ ଗୌରବ ବର୍ଣ୍ଣନା କରିଥିଲେ ଏବଂ ପରେ କୋଣାର୍କ ମନ୍ଦିରର କାଳା ସ୍ଥାପତ୍ୟ କୁ ନେଇ କୋଣାର୍କ କ୍ରାନ୍ତି ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଙ୍ଗାଧର ପ୍ରଧାନ ଏବଂ ତାଙ୍କର ଶେଷ କାର୍ଯ୍ୟକ୍ରମ ଥିଲା ଗୁରୁ ରତିକାନ୍ତ ମହାପାତ୍ର ଙ୍କ ସଂରଚିତ ମେଘ ପଲ୍ଲବୀ | ତା ପରେ ପରେ ବିଦ୍ୟା ଦାସ ,ପଞ୍ଚାନନ ଭୂୟାଁ,ପେରୁ ର ମାରିଆ ରାଉରା ଭାଡେଜ୍, ଗୁରୁ ବିମ୍ବାଧର ଦାସ ଓ ସଞ୍ଜୁକ୍ତା ଦାସଙ୍କ ଦୈତ୍ୟ ନୃତ୍ୟ,ବିଜୟ ଲକ୍ଷ୍ମୀ ଶତପଥୀ ଏବଂ ଦିଲ୍ଲୀର ଶାଗୁନ ଭୁତାନି ଙ୍କର ଓଡ଼ିଶୀ ନୃତ୍ୟରେ ଥିବା ବିଭିନ୍ନ ଭାବକୁ ଚମତ୍କାର ଭାବେ ପରିବେଷଣ କରିଥିଲେ |

ସଂଧାର ଅଧିବେଶନ ପ୍ରଥମ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ନୃତ୍ୟାଙ୍ଗନା ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି ଙ୍କର କଳାବତୀ ପଲ୍ଲବୀ ଏବଂ ଅଭିନୟରେ ତୋରେ ଶରଣ ଗଲିରେ ମୁରଲୀ ଦର୍ଶକ ମାନଙ୍କୁ ଅଭିଭୁତ କରିଥିଲା | ସଙ୍ଗୀତାଂଶରେ ତାଙ୍କୁ ସହଯୋଗ କରିଥିଲେ କଣ୍ଠରେ ଡକ୍ଟର ମିତାଲୀ ଚିନ୍ନାରା ,ମର୍ଦଳ ରେ ସଚିଦାନନ୍ଦ ଦାସ, ବଂଶୀରେ ନିତ୍ୟାନନ୍ଦ ମହାପାତ୍ର , ବେହେଲା ରେ ସଞ୍ଜୀବ କୁମାର କୁଣ୍ଡୁ ଏବଂ ମଞ୍ଜିରାରେ ମୁରଲୀଧର ସ୍ଵାଇଁ | ଆମେରିକାର ନୃତ୍ୟଶିଳ୍ପୀ ସିପ୍ରା ମେହେରୋତ୍ରା ଙ୍କ ନବରସ ପରିବେଷଣ ରେ ଦର୍ଶକ ମୁଗ୍ଧ ହୋଇଥିଲେ | ଦୈତ୍ୟ ଓଡିଶୀ ନୃତ୍ୟରେ ଢେଙ୍କାନାଳ ର ଗୌରିଶଙ୍କର ଦାଶ ଏବଂ ଆୟୁଶି ମିଶ୍ର ମହାକାଳୀ ସ୍ତୁତି ପରିବେଷଣ କରିଥିଲେ | ବିଶିଷ୍ଟ ନୃତ୍ୟାଙ୍ଗନା ଡକ୍ଟର ଇଲିଆନା ଚିତାରିଷ୍ଠ ଙ୍କ ଅଭିନୟ ଶରଣମ୍ ରେ ସେ ବିଭିନ୍ନ ଧର୍ମରୁ ନାରୀଶକ୍ତି ର ବିଭିନ୍ନ ଦିଗ ଉପରେ ତାଙ୍କର ନୃତ୍ୟ ପରିବେଷଣ କରିଥିଲେ | ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଙ୍କ ସଙ୍ଗୀତ ସଂଯୋଜନା ରେ ଇଲିୟାନା ନୃତ୍ୟ ସଂଯୋଜନା କୁ ଦର୍ଶକ ଉପଭୋଗ କରିଥିଲେ | ପରେ ବାଙ୍ଗାଲୋର ରୁ ଉଦୟ ସେଠି ଓ ସୌମ୍ୟା ସେଠୀ ସଙ୍କରାଭରଣ ପଲ୍ଲବୀ ପରିବେଷଣ କରିଥିଲେ | ଭୁବନେଶ୍ଵର ର ଉଡ୍ର ନୃତ୍ୟଦଳ ଙ୍କର ଗତଦଳ ନୃତ୍ୟ ପଞ୍ଚମାତୃକା ପରିବେଷଣ କରିଥିଲେ | ଏହାର ସଙ୍ଗୀତ ସଂଯୋଜନା କରିଥିଲେ ରମେଶ ଚନ୍ଦ୍ର ଦାସ, ତାଳ ସଂଯୋଜନା ଧନେଶ୍ଵର ସ୍ଵାଇଁ ଏବିଏଏନ ନୃତ୍ୟ ସଂଯୋଜନା ଗୁରୁ ବ୍ରଜକିଶୋର ମଲ୍ଲିକ | ପରେ ରୁଦ୍ରାକ୍ଷ ଗ୍ରୁପ ର ଅନ୍ତିମ ପରିବେଷଣ ଥିଲା ତାଳ ମାଧୁର୍ଯ୍ୟ |ଗୁରୁ ରାମ ହରି ଦାସଙ୍କ ସଙ୍ଗୀତ ସଂଯୋଜନା ଓ ଗୁରୁ ଧନେଶ୍ଵର ସ୍ଵାଇଁ ଙ୍କ ତାଳ ସଂଯୋଜନାରେ ରୁଦ୍ରାକ୍ଷ ର କଳାକାର ମାନଙ୍କ ଦ୍ଵାରା ଉଚକୋଟିର ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କୁ ଶେଷ ପର୍ୟନ୍ତ ବାନ୍ଧି ରଖିଥିଲା |

ଆଜି ସନ୍ଧ୍ୟାର ଅତିଥି ଥିଲେ ବିଶିଷ୍ଟ ମର୍ଦଳ ବାଦକ ଗୁରୁ ବନମାଳୀ ମହାରଣା , ବିଶିଷ୍ଟ ନୃତ୍ୟାଙ୍ଗନା ଶ୍ରୀମତୀ କୁମ୍ କୁମ୍ ଲାଲ୍ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି ,ସୃଜନ ର ନିର୍ଦେଶକ ତଥା ଓଡିଶୀ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଗୁରୁ ରାମହରି ଦାସ | କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡକ୍ଟର ସଂଗୀତା ଗୋସ୍ଵାଇଁ |

Share in top social networks!