ବିଜୁ ଗାଁ ଗାଡି ଯୋଜନାର ବିଭାଗୀୟ ମନ୍ତ୍ରୀଙ୍କ ସମୀକ୍ଷା

MAP-2
ବିଜୁ ଗାଁ ଗାଡି ଯୋଜନା କିପରି ଚାଲିଛି ତା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମନ୍ତ୍ରୀ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଅଗମ୍ୟ,ପାହାଡି ଓ ଅନୁନ୍ନତ ଅଞ୍ଚଳରେ ଓ ଜନସାଧାରଣଙ୍କ ଯାତାୟାତ ପାଇଁ ପର୍ଯ୍ୟାପ୍ତ ଯାନବାହାନ ନଥିବା ଅଞ୍ଚଳ ତଥା ଅଧିସୂଚିତ ଅଞ୍ଚଳରେ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ଗତ ଫେବୃୟାରୀ ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ଅଧିସୂଚିତ ଅଞ୍ଚଳର ସମସ୍ତ ୧୧୮ଟି ବ୍ଲକ ଅଞ୍ଚଳରେ ଏହି ଯୋଜନା ସଂଚାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁ ବ୍ୟକ୍ତି ବା ସଂସ୍ଥା ଏହି କାର୍ଯ୍ୟକ୍ରମ ଅଧୀନରେ ଯାନବାହାନ ସଂଚାଳନ କରିବେ ସେମାନଙ୍କୁ ରୋଡ ଟ୍ୟାକ୍ସ ଓ ପରମିଟ ଫି ଅତିବେଶିରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛାଡ କରାଯିବାକୁ ଯୋଜନାରେ ପ୍ରାବଧାନ କରାଯାଇଛି । ଯେଉଁମାନେ ନିର୍ଦ୍ଧିଷ୍ଟ ଭାବରେ ଏହି ଯୋଜନା ପାଇଁ ଯାନବାହାନ କ୍ରୟ କରିବେ ସେମାନଙ୍କୁ ବ୍ୟାଙ୍କ ଋଣରେ ୩ପ୍ରତିଶତ ସବସିଡି ଏବଂ ନିୟମିତ ଋଣ ପରିଷଦ କଲେ ଅତିରିକ୍ତ ୨ପ୍ରତିଶତ ସବସିଡି ଦେବା ପିନ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଧା ସର୍ବମୋଟ ୧୧୮୦ଟି ରୁଟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୮୬୦ଟି ରୁଟକୁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ୧୦୫ଟି ରୁଟରେ ଏହି ଯୋଜନାରେ ଯାନବାହାନ ଚଳାଚଳ କରୁଛି । ଏଥିରୁ କୋରାପୁଟ ରେ ୧୦୪ଟି ଓ ରାୟଗଡା ଜିଲ୍ଲାରେ ଗୋଟିଏ ରୁଟରେ ବିଜୁଗାଁ ଗାଡି ଚାଲୁଥିବା ସମୀକ୍ଷାରୁ ଜଣାପଡିଛି । ଦ୍ଵିତୀୟ ପର୍ଯ୍ୟାୟରେ ଆହୁରି ୪୦ ଟି ବ୍ଲକକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ୨୦୦ ଟି ରୁଟରେ ସାମିଲ କରାଯିବ ବୋଲି ଜଣାପଡିଛି । ସେହିପରି ଯୋଜନା କିପରିଫଳପ୍ରଦ ହୋଇପାରିବ ସେଦିଗରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ମାନଙ୍କ ବୈଠକ ଡାକି ଏ ଦିଗରେ ପରାମର୍ଶ ଦେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ସେହିପରି ଜିଲ୍ଲା ସ୍ତରରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ଆଞ୍ଚଳିକ ପରିବହନ ଅଧିକାରୀ,ଲିଡ ବ୍ୟାଙ୍କ ମ୍ୟାନେଜର ପ୍ରମୁଖକୁ ନେଇ ଆଗ୍ରହୀ ଲୋକ ଓ ସଂସ୍ଥାକୁ କିପରି ସହଜରେ ଋଣ ପ୍ରଦାନ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

Share in top social networks!