ସ୍ଵତନ୍ତ୍ର ବିଶେଷଜ୍ଞ କମିଟି ଦ୍ଵାରା ଯୁକ୍ତ ଦୁଇ ପରୀକ୍ଷା ଖାତାର ରିଚେକିଂ ; ଜୁନ ୩୦ ଆବେଦନର ଶେଷ ତାରିଖ

Odishan-MAP-4ଉଚ୍ଚ ମାଧ୍ୟମିକଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଖାତାର ରିଚେକିଂ କରିବା ଏବଂ ଜେରକ୍ସ କପି ନେବା ପାଇଁ ଆଗ୍ରହୀ,ସେମାନେ ଚଳିତ ମାସ ୩୦ ତାରିଖ ମଧ୍ୟରେ ଆବେଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ବେହେରା ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dheorissa.in ରେ ଉପଲବ୍ଧ ଆବେଦନ ଫର୍ମ ପୂରଣ କରି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ,ଭୁବନେଶ୍ଵର କିମ୍ବା ବ୍ରହ୍ମପୁର , ସମ୍ବଲପୁର,ବାରିପଦାରେ ଅବସ୍ଥିତ ଜୋନାଲ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କଲେ ସ୍ଵତନ୍ତ୍ର ବିଶେଷଜ୍ଞ ମାନଙ୍କ ମାଧ୍ୟମରେ ସ୍ଥଳ ବିଶେଷରେ ଥିବା ତ୍ରୁଟି ସଂଶୋଧନ କରାଯାଇ ପରୀକ୍ଷାର୍ଥୀମାନଙ୍କୁ ସଂଶୋଧିତ ମାର୍କସିଟ ତୁରନ୍ତ ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ପରୀକ୍ଷାଖାତାର ଜେରକ୍ସ କପି ନେବାକୁ ଆଗ୍ରହୀ ଛାତ୍ରଛାତ୍ରୀ କାଉନ୍ସିଲ କିମ୍ବା ଜୋନାଲ ଅଫିସ କାର୍ଯ୍ୟାଳୟ ରେ ଦରଖାସ୍ତ କରିବା ପରେ କାଉନ୍ସିଲ ଖୁବଶୀଘ୍ର ସେମାନଙ୍କୁ ଖାତାର ନକଲ ଯୋଗାଇ ଦେବା ନିମନ୍ତେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନିର୍ଦ୍ଦେଶ ଦିଆଯାଇଛି । ରିଚେକିଂ ଓ ଜେରକ୍ସ କପି ଫି ୧୦୦ ଟଙ୍କା ଓ ୨୦୦ ଟଙ୍କା ରଖାଯାଇଛି । ଗତ ବର୍ଷ ପରୀକ୍ଷାଫଳ ପ୍ରକାଶନ ପରେ ୧୦୦୦୦ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିଥିବାବେଳେ ମାତ୍ର ୧୫୦୦ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଖାତାରେ ଥିବା ତ୍ରୁଟି ଦୃଷ୍ଟିକୁ ଆସିବା ପରେ ତାହା ସଂଶୋଧନ କରାଯାଇଥିଲା । ଚଳିତ ବର୍ଷ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଆବେଦନକାରୀ ସମସ୍ତ ଛାତ୍ରଛାତ୍ରୀ ଧୈର୍ଯ୍ୟ ର ସହିତ ସଂଶୋଧନ ଫଳାଫଳକୁ ଅପେକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି ।

Share in top social networks!