ଲୋୟର ସୁକତେଲ କାମ ଜାନୁଆରୀରୁ, କାମ ଆରମ୍ଭପୂର୍ବରୁ ଜଳ ସମ୍ପଦ ସଚିବ ଯିବେ ବଲାଙ୍ଗିର

ଆସନ୍ତା ଜାନୁୟାରୀରେ ବଲାଙ୍ଗୀର ମାଗୁରବେଡା ଠାରେ ପ୍ରସ୍ତାବିତ ଲୋୟର ସୁକଟେଲ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ | ମୁଖ୍ୟ ସଚିବ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଆଲୋଚନା ତେବଲେରେ ଏ ନେଇ ଆସ ସୃଷ୍ଟି ହୋଇଛି | ବୈଠକ କୁ ବିପକ୍ଷବାଦୀ ଅର୍ଥାତ୍ ବୁଡି ଅଞ୍ଚଳର ସଂଗ୍ରାମ ପରିଷଦ ପ୍ରତ୍ୟାଖ୍ୟାନ କରିଥିଲେ ହେଁ ଉଭୟ ରାଜ୍ୟ ପ୍ରଶାସନ ଓ ସପକ୍ଷବାଦୀ ଆଲୋଚନା ସଫଳ ହୋଇଛି ବୋଲି ଦାବି କରିଛନ୍ତି | ଏପରି କି ବୁଡି ଆଞ୍ଚଳ ଓ ସଂଗ୍ରାମ ପରିଷଦର କିଛି ପ୍ରତିନିଧି ଯୋଗ ଦେଇଥିଲେ ବୋଲି କୁହାଯାଇଛି |ସ୍ଥାନୀୟ ଅଞ୍ଚଳରେ ଯେଉଁ କିଛି ସମସ୍ୟା ରହିଛି,ତାହାର ପ୍ରଶମନ ଲାଗି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ବଲାଙ୍ଗିର ଯିବେ ବୋଲି ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି |

22 LOWER SUKTEL MEETING.ASHOK ସୁକତେଲ ପ୍ରସଙ୍ଗ କୁ ନେଇ ବଲାଙ୍ଗିରରେ ଦେଖାଦେଇଥିବା ତାତି ଆଜି ସଚିବାଳୟରେ ଅନୁଭୂତ ହୋଇଥିଲା | ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ମୁଖ୍ୟ ସଚିବ ମିଳିତ କାର୍ଯ୍ୟ|ନୁଷ୍ଠାନ କମିଟି ସହିତ ଦୀର୍ଘ ତିନିଘଣ୍ଟା ଧରି ବୈଠକ କରିଥିଲେ | ବୈଠକରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୧ ଦଫା ଦାବି ଉପସ୍ଥାପନ କରଯାଇଥିଲା | ମୁଖ୍ଯତଃ ୩ଟି କଥା ଉପରେ ପ୍ରତିନିଧିମାନେ ଗୁରୁତ୍ଵାରୋପ କରିଥିଲେ |ସେମାନେ ଦାବି କରିଥିଲେ ପ୍ରକଳ୍ପ ପାଇଁ ଯେଉଁ ଜମି ନିଆଯାଇଛି ବା ନିଆଯିବ ତାହାର ମୂଲ୍ୟ ଆଜିର ବଜାର ଦରରେ ନିର୍ଧାରଣ କରାଯାଉ | ବିସ୍ଥାପିତ ମାନଙ୍କୁ ଯେଉଁ ବ୍ୟକ୍ତିଙ୍କ ଠାରୁ ଅର୍ଥ ଫେରାଇ ନେବା ଉଦ୍ୟମ ହେଉଛି ସେଥିରୁ ପ୍ରଶାସନ କ୍ଷାନ୍ତ ରହୁ | ଏସବୁ ଉପରେ ପଦକ୍ଷେପ ନେବାକୁ ଯାଇ ମୁଖ୍ୟ ସଚିବ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେବା ସହିତ ଆଇନ ଅନୁଯାୟୀ ବିସ୍ଥାପିତଙ୍କୁ ଥଇଥାନ ଓ କ୍ଷତିପୂରଣ ଦିଆଯିବ ବୋଲି ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି |

Share in top social networks!