ରାଜ୍ୟର ମଣ୍ଡି ବ୍ୟବସ୍ଥାରେ ପରିବର୍ତ୍ତନ ହେବ : ଯୋଗାଣ ମନ୍ତ୍ରୀ

download
ଭିତ୍ତିଭୂମିର ବିକାଶ ସହ ମଣ୍ଡି ବ୍ୟବସ୍ଥାର ସୁଦୃଢ ହେଲେ ଚାଷିମାନଙ୍କ ସମସ୍ୟା ଦୂର ହୋଇପାରିବ । ଅଭାବି ଧାନ ବିକ୍ରିର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।ଆରଏମସି ପାଖରେ କୋଟି କୋଟି ଟଙ୍କା ପଡି ରହୁଛି । ଏହାର ସୁବିନିଯୋଗ ପାଇଁ ସରକାର ଶୀଘ୍ର ଏକ ବିଧିବ୍ୟବସ୍ଥା ଗ୍ରହଣ କରିବେ । ଏକ ରୋଡ ମ୍ୟାପ ପ୍ରସ୍ତୁତ କରାଯିବାର ଯୋଜନା ରହିଛି । ଆସନ୍ତା ୬ମାସ ମଧ୍ୟରେ ରାଜ୍ୟରେ ନିଶ୍ଚିତ ଭାବେ ଧାନ ସଂଗ୍ରହ ନୀତି ସହ ମଣ୍ଡି ବ୍ୟବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହେବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଆଜି ଏକ ବାର୍ତ୍ତାରେ କହିଛନ୍ତି । ଭିତ୍ତିଭୂମିର ବିକାଶ ପାଇଁ ସରକାର ପେକ୍ସଗୁଡିକୁ ଆବଶ୍ୟକ ଜମି ଯୋଗାଇ ଦେବ । ଆସନ୍ତା ଦୁଇ ମାସ ମଧ୍ୟରେ ପେକ୍ସଗୁଡିକୁ ଦରକାର ମୁତାବକ ଜମି ଯୋଗାଇଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶକ ଦିଆଯାଇଛି । ଏଠାରେ ଆରଡିସି ଅଫିସ ସମ୍ମିଳନୀ କକ୍ଷରେ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସବର୍ମା ଏକ ପ୍ରକାଶ କରିଛନ୍ତି ।

Share in top social networks!