ସରକାରଙ୍କ ନବକଳେବର ଭେଟି: ପୁରୀରେ ନିର୍ମାଣ ହେବ ବିଶ୍ଵସ୍ତରୀୟ ବସଷ୍ଟାଣ୍ଡ

50034
ରାଜ୍ୟର ପ୍ରମୁଖ ଧାର୍ମିକ କ୍ଷେତ୍ର,ପର୍ଯ୍ୟଟନ ସ୍ଥଳ ପୁରୀ ସହର ଉପକଣ୍ଠ ମାଳତୀପାଟପୁରା ଠାରେ ନିର୍ମାଣ ହେବ ବିଶ୍ଵସ୍ତରୀୟ ନୂତନ ବସ ଷ୍ଟାଣ୍ଡ । ଚଳିତ ମାସ ଏହି ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶିଳାନ୍ୟାସ କରାଯିବା କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଏହି ବସଷ୍ଟାଣ୍ଡର ଯାତ୍ରୀ ବିଶ୍ରାମଗାର,ଶୌଚାଳୟ,ଭୋଜନାଳୟ,କମ୍ପ୍ୟୁଟର ଟିକଟ କାଉଣ୍ଟର,କମର୍ଶିଆଲ କମ୍ପ୍ଲେକ୍ସ ଭଳି ଯାତ୍ରୀ ମାନଙ୍କ ସୁବିଧା ପାଇଁ ପ୍ରାବଧାନ ରହିଛି । ଏହି ବ୍ନିରମାନ କାର୍ଯ୍ୟ ପାଇଁ ସର୍ବଭାରତୀୟ ସଂସ୍ଥା ରିଏଲ ଇଣ୍ଡିଆନ ଟେକ୍ନୋ ଇକୋନୋମିକ ସର୍ଭିସକୁ ଦାୟିତ୍ଵ ଅର୍ପଣ କରାଯାଇଛି । ଏହି ସଂସ୍ଥା ସମ୍ପୃକ୍ତ ପ୍ରକଳ୍ପର ନକ୍ସା,ଯୋଜନା ପରାମର୍ଶ,ନିର୍ମାଣ ଭଳି କାର୍ଯ୍ୟ ସମ୍ପାଦନ ହେବ । ୧୦ଏକର ଜମି ପରିମିତ ଜାଗାରେ ହେବାକୁ ଥିବା ଏହି ବସଷ୍ଟାଣ୍ଡ ନିର୍ମାଣ ପାଇଁ ୬୦କୋଟି ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ବର୍ଷ ହେବାକୁ ଥିବା ନବକଳେବର ସମୟରେ ଯାତ୍ରୀମାନଙ୍କ ଯାତାୟାତକୁ ଶୃଙ୍ଖଳିତ କରିବାରେ ଏହି ନୂତନ ବସଷ୍ଟାଣ୍ଡ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ବସଷ୍ଟାଣ୍ଡରେ ଏକାସାଙ୍ଗରେ ୧୦୦୦ ବସ ରହିପାରିବ ମାଳତୀପାଟପୁର ରେଳ ଷ୍ଟେସନ ନିକଟରେ ଏହି ବସଷ୍ଟାଣ୍ଡ ନିର୍ମାଣ ହେଉଥିବାରୁ ଯାତ୍ରୀମାନେ ସହଜରେ ଉଭୟ ରେଳ ଓ ବସ ସେବା ଉପଭୋଗ କରିପାରିବେ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ପୂର୍ବଭାରତରେ ଏ ଧରଣର ପ୍ରଥମ ବସଷ୍ଟାଣ୍ଡ ହେବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି ।

Share in top social networks!