ଯୁକ୍ତ ଦୁଇ ପରୀକ୍ଷାରେ ନୟାଗଡ ଜିଲ୍ଲାର ସଫଳତା ପାଇଁ ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

download (1)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷାରେ ନୟାଗଡ ଜିଲ୍ଲାର ସଫଳତାରେ ନୟାଗଡ ବିଧାୟକ ତଥା ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ କଳା ଓ ବାଣିଜ୍ୟ ରେ ନୟାଗଡ ଜିଲ୍ଲାରେ ପାସ ହାର ସର୍ବାଧିକ ରହିଛି । ଏହି ସଫଳତା ପାଇଁ ମନ୍ତ୍ରୀ ଶ୍ରୀ ସାହୁ କୃତି ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କ ଉଚ୍ଚ ଭବିଷ୍ୟତ କାମନା କରିଛନ୍ତି । ଆଗାମୀ ଦିନରେ ଏହି ସଫଳତା ଧାରା ଅବ୍ୟାହତ ରହିବା ବୋଲି ମନ୍ତ୍ରୀ ଶ୍ରୀ ସାହୁ ଆଶା ପ୍ରକାଶ କରିଛନ୍ତି ।

Share in top social networks!