କବି ବ୍ରଜନାଥ ରଥଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଶୋକ

downloadପ୍ରଖ୍ୟାତ କବି ବ୍ରଜନାଥ ରଥଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଷୟିକ ଶିକ୍ଷା ତାଲିମ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାସବର୍ମା ସ୍ଵର୍ଗତ ରଥଙ୍କୁ ଆଧୁନିକ ଓଡିଆ କାବ୍ୟ ଜଗତର ଜଣେ ଧାରା ପ୍ରବର୍ତ୍ତକ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ କବିତାରେ ସାଧାରଣ ମଣିଷର ସ୍ଵର ସ୍ପଷ୍ଟ ଓ ଶାଣିତ । ଜଣେ ସୃଜନଶୀଳ ସ୍ରଷ୍ଟା ଭାବରେ ସେ ବିପୁଳ ପାଠକୀୟ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ । ତାଙ୍କର ସାମାଜିକ ଓ ସାଂସ୍କୃତିକ କ୍ରିୟାଶୀଳତା ପ୍ରଶଂସନୀୟ । ତାଙ୍କର ପରଲୋକ ଓଡିଆ ସାରସ୍ଵତ ଜାତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମନ୍ତ୍ରୀ ଶ୍ରୀ ଦାସବର୍ମା ସ୍ଵର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟ ସ୍ଵଜନ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Share in top social networks!