ଯୁକ୍ତଦୁଇ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ

50423
ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ସଚିବାଳୟ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ପରୀକ୍ଷା ଫଳ ପୁସ୍ତିକାକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମୋଟ ୮୫ହଜାର ୭୨୩ ଜଣ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୦ହଜାର ୧୧୯ ଜଣ କୃତିତ୍ଵର ସହ ଉତ୍ତିର୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ହଜାର ୯୫୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ,୨୧ହଜାର ୪୧୭ଜଣ ଦ୍ଵିତୀୟ ଶ୍ରେଣୀ,୨୧ହଜାର ୨୧୯ ଜଣ ତୃତୀୟ ଶ୍ରେଣୀରେ ଓ ୧୫୩୦ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି । ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୮୬%ଛାତ୍ରଛାତ୍ରୀ ବିଜ୍ଞାନରେ ସଫଳତା ହାସଲ କରିଛନ୍ତି । ସେହିପରି କଳାରେ ମୋଟ ୧ଲକ୍ଷ ୯୬ହଜାର ୯୫୯ ଜଣ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୩୪ହଜାର ୩୬୫ ଜଣ ବିଦ୍ୟାର୍ଥୀ କୃତିତ୍ଵର ସହ ଉତ୍ତିର୍ଣ ହୋଇଛନ୍ତି । ୧୧ହଜାର ୭୭୮ଜଣପ୍ରଥମ,୨୨ହଜାର ୯୯୩ଜଣ ଦ୍ଵିତୀୟ,୯୬ହଜାର ୬୧୮ଜଣ ତୃତୀୟ ଶ୍ରେଣୀରେ ଓ ୨୯୨୬ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି । କଳାରେ ନୟାଗଡ ଜିଲ୍ଲାରେ ସର୍ବାଧିକ ୮୩%ରହିଛି । ବାଣିଜ୍ୟରେ ମୋଟ ୨୭ହଜାର ୬୯୬ଜଣ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭ହଜାର ୭୯୬ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ୩ହଜାର ୪୮୦ ଜଣ ପ୍ରଥମ,୩ହଜାର ୧୨୩ଜଣ ଦ୍ଵିତୀୟ ,୧୧ହଜାର ୦୩୫ଜଣ ତୃତୀୟ ଶ୍ରେଣୀରେ ଓ ୧୨୮ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି । ନୟାଗଡ ଜିଲ୍ଲାରେ ମୋଟ ୮୧% ପାସ ହାର ହୋଇଛି । ସେହିପରି ଧନ୍ଦାମୂଳକରେ ମୋଟ ୧୦ହଜାର ୩୮୫ ଜଣ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ହଜାର ୭୩୬ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ୬୨୮ଜଣ ପ୍ରଥମ,୨ହଜାର ୫୬୧ଜଣ ଦ୍ଵିତୀୟ,୧୯୮୯ଜଣ ତୃତୀୟ ଶ୍ରେଣୀରେ ଏବଂ ୫୫୮ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି । ଚଳିତ ବର୍ଷ ମୋଟ ବିଜ୍ଞାନରେ ୭୦%ପାସ ହାର,କଳାରେ ୬୮%,ବାଣିଜ୍ୟରେ ୬୪% ଓ ଧନ୍ଦାମୂଳକରେ ୫୫% ଛାତ୍ରଛାତ୍ରୀ ପାସ କାରିଛନ୍ତି । ଆସନ୍ତା ଜୁନ ୨ତାରିଖରୁ ସାର୍ଟିଫିକେଟ ଓ ମାର୍କସିଟ୍ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।

Share in top social networks!