ମାର୍ଚ ସୁଦ୍ଧା କଳସ, ନୀଳଚକ୍ର ମରାମତି

କମ୍ପନରୁ ଶ୍ରୀମନ୍ଦିର ନୀଳଚକ୍ର ଦୁର୍ବଳ ହେବାରେ ଲାଗିଛି | ଚଡଚଡି ପ୍ରଭାବ ମଧ୍ୟ ବଡଦେଉଳ ପାଇଁ ବିପଦର କାରଣ ହୋଇଛି | ନୀଳଚକ୍ର ଏବଂ କଳସର ସୁରକ୍ଷା ପାଇଁ ପ୍ରତିକାର ପଦକ୍ଷେପ ନିଆଯିବ | ନୀଳଚକ୍ର ଧ୍ଵଜା ସଂଖ୍ୟା କଟକଣା କୁ ଅନୁପାଳନ କରାଯିବା ଜରୁରୀ ରହିଛି | ଜଗମୋହନ ର କଳସ ର ଅବସ୍ଥା ମଧ୍ୟ ଠିକ୍ ନାହିଁ | ଏଥିରେ ଫାଟ ଦେଖାଦେଇଛି | କଳସ, ପଦ୍ମ ପାଖୁଡା,ନୀଳଚକ୍ର ଏବଂ ଜଗମୋହନ ଦଧିନଉତି ର ମରାମତି ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକ ବୋଲି ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ବୈଷୟିକ ପରାମର୍ଶଦାତା କମିଟି ସୁପାରିସ କରିଛି | ଗତକାଲି କମିଟି ସହ ରାଜ୍ୟ ପ୍ରତିଷ୍ଠିତ ସ୍ଥାପତିମାନେ ବଡଦେଉଳ ଉପରକୁ ଯାଇ ପରିସ୍ଥିତି ଯାଞ୍ଚ କରିଛନ୍ତି |

ପରେ କମିଟି ଏବଂ ସ୍ଥାପିତମାନଙ୍କ ଏବେ ବୈଠକ ଏଠାରେ ଅନୁଷ୍ଠିତ ହୋଇଥିଲା | ଯାଞ୍ଚ ରିପୋର୍ଟ ଉପରେ ସଭାରେ ସହମତି ମିଳିଥିଲା ବୋଲି ଏଏସ୍ଆଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି କୁ ଅବଗତ କରାଇଛି | ଏଏସ୍ଆଇର ଟିପ୍ପଣୀ ଉପରେ ପରିଚାଳନା କମିଟି ବୈଠକରେ ଆଲୋଚନା ଏବଂ ତର୍ଜମା ହୋଇଥିଲା |ଆସନ୍ତା ମାର୍ଚ ମାସ ଶେଷ ସୁଧା କଳସ, ପଦ୍ମପାଖୁଡା ଓ ନୀଳଚକ୍ରରେ ଆବଶ୍ୟକ ମରାମତି କାମ ଶେଷ କରାଯିବ |

IMG_1970ଏହି ବିଷୟ ନେଇ ଆଜି ଗଣମାଧ୍ୟମକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାଃ ଅରବିନ୍ଧ ପାଢୀ ଗଣମାଧ୍ୟକୁ ସୂଚନା ଦେଇଛନ୍ତି | ବିଶେଷ କରି ସ୍ନାନ ପୁର୍ଣିମା ପୂର୍ବରୁ ଶ୍ରୀମନ୍ଦିର ର ଯାବତୀୟ ମରାମତି ଏବଂ ରକ୍ଷଣାବେକ୍ଷଣ କାମ ଶେଷ କରିବାକୁ କମିଟି ଏଏସ୍ଆଇର କାଣେ ଅଫିସର ଙ୍କୁ ପୁରୀ ଠାରେ ନିଯୋଜିତ କରିବାକୁ ସଭାରେ ପ୍ରସ୍ତାବ ଗୃହିତ ହୋଇଛି |

Share in top social networks!