କ୍ୟାପିଟାଲ ହସ୍ପିଟାଲରେ ଆଇ.ସି.ୟୁ ୧୬ଶଯ୍ୟା ବିଶିଷ୍ଟ ହେଲା ପି.ଜି ପ୍ରତିଷ୍ଠାନରେ ପରିଣତ କରିବାକୁ ୨୮୨ କୋଟି ଟଙ୍କା ବ୍ୟୟ ବରାଦ

MAP-2
କ୍ୟାପିଟାଲ ହସ୍ପିଟାଲ ଆଇ,ସି,ୟୁ ୧୬ଶଯ୍ୟା ବିଶିଷ୍ଟ ହୋଇଛି । ପୂର୍ବରୁ ଏଠାରେ ୫ଶଯ୍ୟା ବିଶିଷ୍ଟ ଆଇ,ସି,ୟୁ ପ୍ରତିଷ୍ଠା କରାଯାଇଥିଲା । ତେବେ ରୋଗୀଙ୍କ ଭିଡ ଏବଂ ଆବଶ୍ୟକତାକୁ ବିଚାରକୁ ନେଇ ଏହାକୁ ସଂପ୍ରସାରିତ କରାଯାଇ ୧୬ଶଯ୍ୟା ବିଶିଷ୍ଟ କରାଯାଇଛି । ଏଥି ପାଇଁ ବ୍ୟୟ ପ୍ରାୟ ୨କୋଟି ୭୫ଲକ୍ଷ ଟଙ୍କା କରାଯାଇଛି । ଆଜି ଏହି ସଂପ୍ରସାରିତ ଆଇ,ସି,ୟୁ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଫଳରେ ଗରୀବ ରୋଗୀମାନେ ବିଶେଷ ଉପକୃତ ହୋଇ ପାରିବେ । ଉଦଘାଟନ ସମୟରେ ସ୍ୱାସ୍ଥ୍ୟ ବୋ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ । ପ୍ରକାଶ ଥାଉକି କ୍ୟାପିଟାଲ ହସ୍ପିଟାଲକୁ ଏକା ପି.ଜି ପ୍ରତିଷ୍ଠାନରେ ପରିଣତ କରିବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଏବଂ ଏଥିପାଇଁ ୨୮୨କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ପ୍ରକାଶ ।

Share in top social networks!